ଭଞ୍ଜନଗର,୦୯/୦୨ ଭଞ୍ଜନଗର ଏନଏସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମୁରଲୀ କୃଷ୍ଣ ପଣ୍ଡା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟାକ୍ଷା ଶୁଭଶ୍ରୀ ଦାସ, ଏନଏସି ଅଫିସ ର ସମସ୍ତ କର୍ମଚାରୀ ମାନେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଶ୍ରୀ ପଣ୍ଡା ରାୟଗଡା ଜିଲ୍ଲା ଗୁଡ଼ାରୀରୁ ବଦଳି ହୋଇ ଏଠାକୁ ଆସିଛନ୍ତି। ଏଠାରେ ପୂର୍ବରୁ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଙ୍କୁ କେନ୍ଦ୍ରାପଡ଼ା ମୁନିସିପାଲିଟିକୁ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର