(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଭଞ୍ଜନଗରସ୍ଥ ଶାନ୍ତି ସ୍ରୋତ ଭବନଠାରେ ୫୫ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳନ ହୋଇଛି। ଏଥିରେ ସହକାରୀ ବନ ସଂରକ୍ଷଣ ଅଧିକାରୀ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ ସାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆତ୍ମାଜ୍ଞାନ ଓ ସହଜ ରାଜଯୋଗ ଦ୍ଵାରା ଉତ୍ତମ ଚରିତ୍ର ଗଠନ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଭଞ୍ଜନଗର ଶାଖାର ମୁଖ୍ୟ ପରିଚାଳକ ଶ୍ରୀ ବିରୁପାକ୍ଷ ପାଢ଼ୀ ସାର ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ରୂପେ ଉକ୍ତ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ପ୍ରଜାପିତା ବ୍ରହ୍ମାବାବାଙ୍କ ତ୍ୟାଗ ଓ ତପସ୍ୟା ବିଶ୍ବ ପରିବର୍ତ୍ତନର ଦୁଇଟି ସହାୟକ ସ୍ତମ୍ଭ ବୋଲି ବିଶଦ ଆଲୋଚନା କରିବା ସହିତ ନୀରବତା ଗୁଣର ସଦୁପଯୋଗ ବର୍ତ୍ତମାନ ସମାଜ ପାଇଁ ନିତାନ୍ତ ଜରୁରୀ ବୋଲି ମତପୋଷଣ କରିଥିଲେ। ବ୍ୟାଙ୍କ କର୍ମଚାରୀ ଓ ଥାନା କର୍ମଚାରୀ ସମେତ ୫୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ ।