ଭଞ୍ଜନଗର, ୨୭/୧୨. ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ସ୍ଥାନୀୟ ଲାଲ ସିଂ ସ୍ଥାୟୀ ଚାରା ଉତ୍ପାଦନ ତାଲିମ କେନ୍ଦ୍ର ଠାରେ ବନାଗ୍ନି ପ୍ରଶମନ ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମନିତ ଅତିଥି ଭାବେ ଡ଼ିଏଫଓ ସୁଦର୍ଶନ ବେହେରା, ଏସିଏଫ ବିକ୍ରମଦେଵ ପଟ୍ଟନାୟକ,ସୁବ୍ରତ ପାତ୍ର,ଅଗ୍ନିଶମ ଅଧିକାରୀ ସମୀର କୁମାର ବିଶ୍ବାଳ,ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶୂଳପାଣି ଶତପଥୀ ଓ ଅନୁପମ ବାନାର୍ଜୀ ମଞ୍ଚରେ ଉପସ୍ଥିତ ଥିଲେ।ଖରାଦିନେ ନିଆଁ ବହୁ ଗଛରେ ଲାଗିବା ଦ୍ୱାରା ଜଙ୍ଗଲ ପୋଡ଼ି ନଷ୍ଟ ହୋଇ ଯାଇଥାଏ।ତେଣୁ କିଭଳି ଏହି ସମୟରେ ନିଆଁକୁ ଆୟତ୍ତ କରି ଜଙ୍ଗଲକୁ ସୁରକ୍ଷିତ ରଖିବା ସେ ସମ୍ପର୍କରେ ଆଲୋଚନା ହୋଇଥିଲା।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର