Odisha news

ଘୁମୁସର ର ସ୍ବର” ପକ୍ଷରୁ ୧୩୨ତମ ପୁର୍ଣ୍ଣିମା ସାହିତ୍ୟ ଆସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ରାମ ଉପାସନା ଆଲୋଚନା

0

ଭଞ୍ଜନଗର,୨୭/୧୨(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର)  ନିକଟସ୍ଥ ଐତିହାସିକ ମାଟି କରଚୁଲି ଗ୍ରାମସ୍ଥିତ ବ୍ୟାଘ୍ରାମ୍ବରୀ ମଠ ମହନ୍ତ ମହାମଣ୍ଡଳେଶ୍ବର ସ୍ବାମୀ ସତ୍ଯାନନ୍ଦ ଗିରୀଙ୍କ ତତ୍ତ୍ବାବଧାନରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୩୨ତମ ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ରାମ ଉପାସନା” ଶିର୍ଷକ ଉପରେ ଆଲୋଚନା କରା ଯାଇଥିଲା। ଆଲୋଚକ ଭାବେ ବରିଷ୍ଠ ସାହିତ୍ୟିକ ଅନନ୍ତକର, ଡକ୍ଟର ବ୍ରଜ କିଶୋର ପାଢ଼ୀ, ସ୍ବାମୀ ସତ୍ୟାନନ୍ଦ ଗିରୀ,କୃଷ୍ଣ ଚନ୍ଦ୍ର ଡାକୁଆ, ସୁରେଶ ଚନ୍ଦ୍ର ପାଢ଼ୀ,ସୁରେନ୍ଦ୍ର ପ୍ରଧାନ,ସମାଜସେବୀ ଖଲି ପରିଡ଼ା, ରମେଶ ଚନ୍ଦ୍ର ଆଲଟିଆ, ହ୍ରୁୂୂୁୁୂସିକେଶ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ମଧ୍ଯାହ୍ନରେ ପ୍ରସାଦ ସେବନ ପରେ କବିତା ପାଠଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶେଷରେ ଭୋଳାନାଥ ନାହାକ ଭଞ୍ଜ ସଂଗୀତ ପରିବେଷଣ ସହ ଧନ୍ଯବାଦ ଅର୍ପଣ କରଥିଲେ।

 

Govt
Leave A Reply