Odisha news

ବାରିପଦା ରାଜପ୍ରସାଦର ପୁନଃରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାବିରେ ଭଞ୍ଜସେନା ପକ୍ଷରୁ ପୂର୍ତ୍ତ ବିଭାଗ ଘେରାଓ

0

ବାରିପଦା : ଅସୁରକ୍ଷିତ ଅବହେଳିତ ରାଜପ୍ରାସାଦର ପୁନଃରୁଦ୍ଧାର କାର୍ଯ୍ୟ କରାନଯାଇ ବିପଦ ସଙ୍କୁଳ କୋଠା ତଳେ ଇ-କ୍ଲାସ ନିର୍ମାଣକୁ ଟେଣ୍ଡର କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ପ୍ରତିବାଦରେ ପୂର୍ବ ଘୋଷଣା ଅନୁଯାୟୀ ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ନେତୃତ୍ୱରେ ବାରିପଦା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିକାର କାର୍ଯ୍ୟକ୍ରମରେ ଶତାଧିକ କର୍ମକର୍ତ୍ତା ସାମିଲ ହୋଇ ତାଙ୍କର ପ୍ରତିବାଦ ଜଣାଇଥିଲେ । ଏହି ସଭାରେ ଭଞ୍ଜସେନାର ଇସୁ୍ୟକୁ ସମର୍ଥନ ଜଣାଇ ମହାରାଜ ପୂର୍ଣ୍ଣଚନ୍ଦ୍ର କନିଷ୍ଠ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ । ଆଗାମୀ ଦିନରେ ଯଦି ମୟୂରଭଞ୍ଜ ରାଜପ୍ରସାଦର ପୁନଃରୁଦ୍ଧାର ପାଇଁ ସର୍ଭେ ହୋଇ ଚୂଡାନ୍ତ ହୋଇଥିବା ଅଟକଳରାଶିକୁ ତୁରନ୍ତ ପ୍ରଦାନ କରି ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାନଯାଏ ତେବେ ବାରିପଦା ପୂର୍ତ୍ତ ବିଭାଗକୁ ସମ୍ପୂର୍ଣ ଭାବେ ଅଚଳ କରିବ ଭଞ୍ଜସେନା । ଆଜିକାର ଏହି ଧାରଣାରେ ସଭାପତି ପିଣ୍ଟୁ ମାଈତିଙ୍କ ସମେତ ଓବସି ଶାଖା ସଭାପତି ରାକେଶ ବେହେରା, ଉପସଭାପତି ସନାତନ ସାହୁ, ପ୍ରଶାନ୍ତ ମହାକୁଡ଼, ରାକେଶ ମହାନ୍ତି, ଯୁବସଭାପତି ସୌମ୍ୟ ରଞ୍ଜନ ମିଶ୍ର, ଯୁବଛାତ୍ର ସଂଯୋଜକ ଏସକେ ରାଜା ଖାନ, ଆଦିବାସି ଶାଖା ସହର ସଭାପତି ସିଙ୍ଗରାୟ ହେମ୍ବ୍ରମ, ପଙ୍କଜ କରଣ, ଅମିତ କୁମାର, ରତିକାନ୍ତ ଦାସ, ସୌମ୍ୟ ରଞ୍ଜନ ସାହୁ, ସଂଜୟ ମାହାନା, ସଂଜୟ ମହାନ୍ତ, ସୁନୀଲ କୁମାର, ଏମଡି ରାଜା, ଶୁଭମ ଦେ, ଆଦିତ୍ୟ ଦାସ, ବାସୁଦେବ ବାରିକ ଓ ମନରଞ୍ଜନ ସାହୁ ସମେତ ବହୁ ଯୁବଛାତ୍ର ଉପସ୍ଥିତ ଥିଲେ ।

Leave A Reply