Odisha news

ପୋଲ ତଳକୁ ବାଇକ୍ ଖସି ୨ ଗୁରୁତର

0

ଭଞ୍ଜନଗର,ସ୍ଥାନୀୟ ଥାନା ଅନ୍ତର୍ଗତ ନୁଆଁ ଗାଁ ନଦୀ ପୋଲ ବାଇକ ତଳଖସି ଦୁଇ ଯୁବକ ଗୁରୁତର ।ସେମାନେ ହେଲେ କୁଶପଲ୍ଲୀ ଗାଁର ଦିପକ ସେଠୀ ଓ କାଳିଆ ସାହୁ । ଖବର ନେବାରେ ଦିପକ ଓ କାଳିଆ ଏକ ବାଇକ୍ ରେ ଦୁହେଁ ମିଶି  ମୋଟବାଡି ଗାଁ ରୁ କ୍ରିକେଟ ଖେଳି  ନିଜ ଗାଁ କୁ ଫେରୁଥିବା ବେଳେ ବାଇକଟି ଦୁତଗତିରେ ଥିବାରୁ ଭାରସାମ୍ୟ ହରାଇ ପୋଲର ଗାର୍ଡଓ୍ବାଲଟିକୁ ଧକ୍କା ଦେଇ ୪୦ପୁର୍ଟ ତଳକୁ ଖସି ପଡିବାରୁ ବାଇକ୍ ଚାଳକ କାଳିଆ ଗୁରୁତର ହେଇଥିବା ବେଳେ ଦିପକ ସାମାନ୍ୟ ଆହତ ହେଇଥିବା ବେଳେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାରକରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏଠାରେ କାଳିଆର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିବା ବେଳେ ଦିପକକୁ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ଚାଲୁ ରହିଥିବା ଜଣାପଡିଛି ।

Leave A Reply