କିଛିଦିନ ପରେ ହୋଲି ପର୍ବ ଆରମ୍ଭ ହେବାକୁ ଯାଉଛି, ହୋଲି ରେ ରଙ୍ଗ ଖେଳ ବ୍ୟତୀତ ସବୁଠୁ ଅଧିକ ଆଉ ଗୋଟିଏ ଜିନିଷର ବ୍ୟବହାର ହୋଇଥାଏ ତାହା ହେଉଛି ଭାଙ୍ଗ, ଭାରତରେ ହୋଲି ରେ ରଙ୍ଗ ସହିତ ଭାଙ୍ଗ ର ମଧ୍ୟ ଅଧିକ ବ୍ୟବହାର ହୋଇଥାଏ, ଭାରତର ଅନେକ ଲୋକ ହୋଲିରେ ରଙ୍ଗଖେଳ ସହିତ ଭାଙ୍ଗ ର ମଧ୍ୟ ମଜା ନେଇଥାଆନ୍ତି l ଏମିତିରେ କହିବାକୁ ଗଲେ ଖାଲିରେ ମଧ୍ୟ ଭାଙ୍ଗ ଖାଇ ଥାଆନ୍ତି l
ଭାରତରେ ଭାଙ୍ଗର ବ୍ୟବହାର ଅନେକ ବର୍ଷରୁ ରହି ଆସିଛି, କିଛି ଲୋକ ମଧ୍ୟ ଭାଙ୍ଗ କୁ ନିଶା ହିସାବରେ ନିୟମିତ ସେବନ କରିଥାଆନ୍ତି, ଏବଂ ଆଉ କିଛି ଲୋକ ଭାଙ୍ଗ କୁ ଔଷଧ ଭାବରେ ମଧ୍ୟ ନିୟମିତ ସେବନ କରନ୍ତି, ଆଜି ଆସନ୍ତୁ ଜାଣିବା ଭଙ୍ଗ ଖାଇବାର କଣ ରହିଛି ଲାଭ ଓ କ୍ଷତି l
ଭାଙ୍ଗ ଖାଇବାର ଲାଭ –
ଭାଙ୍ଗ ଗୋଟିଏ ଗଛରୁ ଉତ୍ପନ୍ନ ହୋଇଥାଏ, ଭାରତରେ ପ୍ରାୟ ପ୍ରତ୍ୟେକ ସ୍ଥାନରେ ଭାଙ୍ଗର ବ୍ୟବହାର ହୋଇଥାଏ, ଏହାକୁ ଗୋଟିଏ ଅବକାରୀ ଜିନିଷ ଭାବରେ ବ୍ୟବହାର କରାଯାଏ, ଏବଂ ଏହାକୁ ଲୁଚାଇ ଚୋରାରେ କିଣାବିକା ଯାଇଥାଏ l
– ଯଦି ଗୋଟିଏ ନିର୍ଦ୍ଧିଷ୍ଟ ମାତ୍ରାର ଭାଙ୍ଗ ର ସେବନ କରାଯାଏ ତେବେ ଏହାର ଅନେକ ଲାଭ ମିଳିଥାଏ, ଭାଙ୍ଗ ରେ ଟେଟ୍ରାହାଇଡ୍ରକେନାଵିନୋଲ ରହିଥାଏ ଯାହାଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ l
– ଶରୀରରେ ଯଦି କୌଣସ ଗଣ୍ଠି ଯନ୍ତ୍ରଣା ଭଳି କିଛି ପୁରୁଣା ରୋଗ ରହିଛି ଯେପରିକି ମାଇଗ୍ରେନ ଇତ୍ୟାଦି ରୁ ଭାଙ୍ଗ ଆରମ୍ଭ ଦେଇଥାଏ l
– ଭାଙ୍ଗ ଶରୀରକୁ ଆରାମ ଦେଇଥାଏ, ଏବଂ ଚିନ୍ତା ଓ ଷ୍ଟ୍ରେସ କୁ ଭାଙ୍ଗ କମ କରିଥାଏ l ଏବଂ ସାଧୁ ସନ୍ଥମାନେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଭାଙ୍ଗ ସେବନ କରନ୍ତି l
– ଯେଉଁ ଲୋକମାନେ ନିଦ୍ରା ହୀନତାର ଶିକାର ହେଉଛନ୍ତି ସେମାନେ ଭାଙ୍ଗ ସେବନ କରିବା ନିହାତି ଜରୁରୀ, ଭାଙ୍ଗ ସେବନ ଦ୍ୱାରା ପାଚନ କ୍ରିୟା ଭଲ ରହିଥାଏ l
ଭାଙ୍ଗ ସେବନ ର କ୍ଷତି –
– ଅନ୍ୟ ପକ୍ଷରେ ଭାଙ୍ଗ ଅଧିକ ସେବନ କରିବା ଦ୍ୱାରା ସ୍ମରଣ ଶକ୍ତି ହ୍ରାସ ହୋଇଥାଏ ଓ ଡିପ୍ରେସନ ରେ ଯିବାର ସମ୍ଭାବନା ମଧ୍ୟ ବଢି ଯାଇଥାଏ l
– ଭାଙ୍ଗ ଅଧିକ ସେବନ ଆପଣଙ୍କ ହାର୍ଟ ପାଇଁ ବିପଦ ପୁର୍ଣ ହୋଇଥାଏ, ଏବଂ ହାର୍ଟ ବିଟ ମଧ୍ୟ ବଢ଼ାଇ ଦେଇଥାଏ l
– ଭାଙ୍ଗ ସେବନ ହାର୍ଟ ପେସେଣ୍ଟ ଙ୍କ ପାଇଁ ବିପଦପୂର୍ଣ ହୋଇପାରେ , ଏହା ହାର୍ଟ ବିଟ କୁ ବଢ଼ାଇଥାଏ , ଅଧିକ ଭାଙ୍ଗ ସେବନ ବାନ୍ତି ସହିତ ପେଟ ଯନ୍ତ୍ରଣା ର କାରଣ ମଧ୍ୟ ହୋଇଥାଏ l