Odisha news

ଲୋକନାଥ ପାଠାଗାର ପକ୍ଷରୁ : ମୋବାଇଲ ଛାଡ଼ି ବହି ଧରିବା କାର୍ଯ୍ୟକ୍ରମ

0

ଭଣ୍ଡାରିପୋଖରୀ,୨୪/୮ : ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିରରେ ଶନିବାର  ‘ମୋବାଇଲ ଛାଡ଼ି ବହି ଧରିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାସୁଦେବପୁରର ‘ଲୋକନାଥ ପାଠାଗାର’ ପକ୍ଷରୁ ଭ୍ରାମ୍ୟମାଣ ପାଠାଗାର ଜରିଆରେ ଶାରଦା ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ପୁସ୍ତକ ନିଃଶୁଳ୍କରେ ପଢ଼ିବା ପାଇଁ ଯୋଗାଇ ଦିଆଯିବା ସହ ସଂଗୃହୀତ ତାଳ ପତ୍ର ପୋଥି, ବିଭିନ୍ନ ଦେଶର ଡାକ ଟିକେଟ,ମୁଦ୍ରା ଓ ଅନ୍ୟାନ୍ୟ ପୁରାତନ ସାମଗ୍ରୀ ପ୍ରଦର୍ଶନ କରାଯାଇ ଆମ ପ୍ରାଚୀନ ସଂସ୍କୃତି ସମ୍ପର୍କରେ ଅବଗତ କରାଯାଇଥିଲା। ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲୋକନାଥ ପାଠାଗାରର ପ୍ରତିଷ୍ଠାତା  ବିକାଶ କୁମାର ଶତପଥୀ ଯୋଗଦେଇ ମୋବାଇଲ ଛାଡ଼ି ବହି ପଢ଼ିବା ଦ୍ୱାରା ମିଳୁଥିବା ଉପକାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ସଦାନନ୍ଦ ପାଣିଗ୍ରାହୀ ଛାତ୍ର ଛାତ୍ରୀଙ୍କୁ   ପୁସ୍ତକ ଅଧ୍ୟୟନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଗୁରୁମା ପ୍ରଭାତୀ ବାହାଳିଆ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Leave A Reply