ଭଦ୍ରକ :୨୦୨୦ ମସିହାରେ ଭଦ୍ରକ ସହର ସନ୍ନିକଟ ଗେଲଟୁଆ ପଂଚାୟତ ବଗମରା ଆଦିବାସୀ ସାହି କଟିଆ ମୁଣ୍ଡା ହତ୍ୟାକାଣ୍ଡର ଗିରଫ ହୋଇଥିବା ସେହି ଗ୍ରାମର ବନମାଳି ମୁଣ୍ଡାଙ୍କ ପୁତ୍ର ବେତାଳ ଓରଫ ଅନାମ ମୁଣ୍ଡା (25) ଓ ତାଙ୍କ ସାନ ଭାଇ ମୁନାର ଶାଶୁ ଘନ ମୁଣ୍ଡାଙ୍କ ପତ୍ନୀ ଲୁସୁରି ମୁଣ୍ଡା(49) ଙ୍କୁ ଆଜୀବନ ଜେଲ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଆଶିଷ କୁମାର ତ୍ରିପାଠି ରାୟ ଶୁଣାଇଛନ୍ତି। ବିବାରଣିରୁ ପ୍ରକାଶ ଯେ ଅଭିଯୁକ୍ତ ବେତାଳ ମୁଣ୍ଡାର ପତ୍ନୀ ଚମ୍ପା ଜଣେ ମସ୍ତିଷ୍କ ବିକୃତ ମହିଳା ଥାଇ ଘରୁ କେଉଁ ଆଡ଼େ ପଲାଇ ଯାଇଥିଲା. ସେ ଓ ଲୁସୁରି ମୁଣ୍ଡା ଉଭୟ ତାଙ୍କ ଗ୍ରାମରେ କଟିଆ ମୁଣ୍ଡକୁ ସନ୍ଦେହ କରିଥିଲା ଯେ ସେ ଚମ୍ପାକୁ ଆଣି ଘରେ ରଖିଛି. ତେଣୁ 2020 ମସିହା ଅକ୍ଟୋବର ୧ ତାରିଖ ଦିନ ୩ଟା ବେଳେ ତାଙ୍କ ପଡୋଶୀ କଟିଆ ମୁଣ୍ଡା ଘରକୁ ଯାଇ ତାଙ୍କ ସ୍ତ୍ରୀ କୁଆଡେ ଗଲା ବୋଲି ପଚାରି ଥିଲା ଓ ସେ ମନା କରିବାରୁ ତାଙ୍କୁ ଘରୁ ଘୋସାରି ଆଣି ପିଟା ମରା କରିଥିଲେ। ସେ ଜୀବନ ବିକଳରେ ଘରୁ ଦଉଡି ପଲାଇ ପଡୋଶୀ ମିର୍ଜା ମୁଣ୍ଡା ଘରେ ପସି ଯାଇଥିଲା। ତାକୁ ଉଭୟ ଘରୁ ଘୋସାରି ଆଣି ଏକ ଅର୍ଜୁନ ଗଛରେ ପ୍ଳାଷ୍ଟିକ ଦଉଡିରେ ବାନ୍ଧି ନିର୍ମମ ଭାବେ ବାଡ଼ିରେ ପିଟି ଥିଲେ. କଟିଆର ପତ୍ନୀ ଗୀତା ସେଠାକୁ ଯାଇ ନିଜ ସ୍ୱାମୀକୁ ସେମାନଙ୍କ କବଳରୁ ଉଦ୍ଧାର କରି ଘରକୁ ଆଣିଥିଲା। ପୁଣି ରାତି ୧0ଟାରେ ଉଭୟ ଅଭିଯୁକ୍ତମାନେ କଟିଆ ମୁଣ୍ଡା ଘରକୁ ଯାଇ ଘୋସାରି ଘୋସାରି ନେଇ ଆସିଥିଲେ.ତା ପରଦିନ ସକାଳେ କଟିଆର ମୃତ ଦେହ ନିକଟସ୍ଥ ବଗମରା ଛକରେ ମିଳିଥିଲା. ଏ ବିଷୟରେ ଲିଖିତ ଆକାରରେ ଗୀତା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ କଟିଆର ଶବ ଉଦ୍ଧାର କରିବା ସହ କେସ ୫୮୧/୨୦ଦଫା-୩୦୨,୩୪ରେ ଏକ ମାମଲା ରୁଜୁ କରି ଉଭୟ ଅଭୁଯୁକ୍ତଙ୍କୁ ଗିରଫ କରି କୋର୍ଟ ପଠାଇ ଦେଇଥିଲା। ସେହି ଦିନ ଠାରୁ ଉଭୟ ଅଭିଯୁକ୍ତ ବିଚାରାଧୀନ ବନ୍ଦୀ ଭାବରେ ଭଦ୍ରକ ଜେଲରେ ଅଟକ ଅଛନ୍ତି. ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ ନ ଥିଲେ ବି ପାରିପାର୍ଷିକ ସାକ୍ଷକୁ ଗ୍ରହଣ କରି ମାନ୍ୟବର କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି. ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ, ଅରୁଣ କୁମାର ମିଶ୍ର ଓ ସୂର୍ଯ୍ୟକାନ୍ତ କୁଅଁର ମାମାଲା ପରିଚାଳନା କରୁଥିଲେ।