ଭଦ୍ରକ : ଦୀର୍ଘଦିନ ହେବେ ପୁରୁଣା ବଜାର ଅଂଚଳ ନକଲି ଜର୍ଦାର ହବ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ନକଲି ଜର୍ଦ୍ଦା କୁ ଯେତେଥର ପୋଲିସ ଜବତ କରୁଛି କିନ୍ତୁ ଏହି କଳା କର୍ତୁତ୍ୱ ପ୍ରଚ୍ଛଦ ପଟରେ କିଏ ରହୁଛି ତାକୁ ଧରିବାର ସଫଳ ହେଉନାହିଁ ପୋଲିସ। ହେଲେ ଆଜି ଭଦ୍ରକ ହେଲା ସାହି ଅଂଚଳରେ ଚାଲୁଥିଲା ନକଲି ଜର୍ଦ୍ଦା କାରବାର ତେବେ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ପୁରୁଣା ବଜାର ଥାନାଧିକାରୀ ଙ୍କୁ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଚଢ଼ାଉକରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା । ତେବେ ସେଠାରୁ ମୋଟ ୧ କୁଇଣ୍ଟାଲ ୨୦୦ ଗ୍ରାମ ନକଲି ଜର୍ଦ୍ଦା ଯାହାର ଆନୁମାନିକ ମୂଲ୍ୟ (ଦୁଇ ଲକ୍ଷ ପଂଚାବନ ହଜାର ନବେ ଟଙ୍କା )ଜବତ କରିବା ସହ ଏକ ପାସେଞ୍ଜ୍ଜର ଅଟୋ ଯାହାର ନମ୍ବର( OD22G2659) କୁ ମଧ୍ୟ ପୋଲିସ ଜବତ କରିଥିବା ବେଳେ ଏହି ନକଲି କାରବାର କରୁଥିବା ମୁଖ୍ୟ ଆସାମୀ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ସିଟି ଡିଏସପୀ ସୂଚନା ଦେଇଛି।