Odisha news

ଭଦ୍ରକ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ : ଭଦ୍ରକ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ସୁବତ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକର ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯିବା ପରେ ଦିବଂଗତ ନେତା ତଥା ଭଦ୍ରକର କଂଗ୍ରେସର ପୂର୍ବତ ଲୋକସଭା ସଦସ୍ୟ ପ୍ରାର୍ଥୀ ସଂଗ୍ରାମ ଜେନାଙ୍କ ବିୟୋଗ ଜନିତ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଜିଲ୍ଲାର ସାଂଗଠିନକ ସ୍ଥିତିର ଆଲୋଚନା କରାଯାଇଥିଲା । ପରେ ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟା ଯେପରିକି ସ୍ୱାସ୍ଥ୍ୟସେବା, କୃଷି ଓ କୃଷକଙ୍କ ସମସ୍ୟା, ମରୁଡି, ସାରର କଳାବଜାରୀ, ଅଭାବୀ ଧାନ ବିକ୍ରି, ବେରୋଜଗାର ସମସ୍ୟା, ଦୁର୍ନୀତି, ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱିଦ୍ୟାଳୟର ମାନ୍ୟତା, ଜିଲ୍ଲାରେ ଚାଲିଥିବା ଡ୍ରଗ୍ସ କାରବାରକୁ ବନ୍ଦ କରିବ. ପେଟ୍ରୋଲ ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଏହି ସବୁ ସମସ୍ୟାକୁ ନେଇ ଦଳ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଶ୍ରୀ ଦାସ କହିଥିଲେ । ପରେ ଜିଲ୍ଲା ଓ ବ୍ଳକ ସ୍ତରରେ ମନୋନୀତ ହୋଇଥିବା ନୂତନ କର୍ମକର୍ତ୍ତାଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ନୂତନ କର୍ମକର୍ତ୍ତା ଜିଲ୍ଲା ଉପସଭାପତି ଭାବେ ଦିଲିପ ନାୟକ, ଉମେଶ ସାହୁ, ବୈଲୋଚନ ପଣ୍ଡା, ନିଶିକାନ୍ତ ନାୟକ, ଚନ୍ଦ୍ରକାନ୍ତ ମହାପାତ୍ର, ଆଦିତ୍ୟ ଗିରି, ସାଧାରଣ ସମ୍ପାଦକ ଭାବେ ରମଣୀ ରଂଜନ ଦାସ, ଆନନ୍ଦ ଓଝା, ଅଜୟ କୁମାର ଦାସ, ନିରଞ୍ଜନ ପଲେଇ, ପୀତବାସ ଧଳ, ଆଶିଷ ରାଉତ, ଅଜୟ ସାହୁ, ସ୍ମୃତିରଂଜନ ସ୍ୱାଇଁ, ରେଣୁବାଳା ସାମଲ, ଅକ୍ଷୟ ତ୍ରିପାଠୀ, ଲକ୍ଷ୍ମୀଧର ସାହୁ, ସେକ୍ ସମ୍ଦାନୀ, ବିଷ୍ଣୁ ମୋହନ ସାହୁ, ସମ୍ପାଦକ ଭାବେ କ୍ରିଷ୍ଣା ମହାନ୍ତି, ବିଜୟ ବାରିକ, ସତ୍ୟ ପୁହାଣ, ମାଳତୀ ବେହେରା, ପ୍ରଭାତ ପଣ୍ଡା, ଜ୍ୟୋତ୍ସ୍ନାମଣି ପୁହାଣ, ଛାୟାକାନ୍ତ ନନ୍ଦ, ରବିନ୍ଦ୍ର ରାୟ, ରମେଶ ବେହେରା, ଦେବେନ୍ଦ୍ର ମହାନ୍ତି, ସସ୍ମିତା ପାତ୍ର, ସେକ ଅବଦୁଲ ସଲାମ, ରାଜକିଶୋର ପଣ୍ଡା, ସତ୍ୟବାନ ଦାସ, ହରିହର ସାହୁ, ପ୍ରକାଶ ଜେନା, କୋଷାଧ୍ୟକ୍ଷ ଭାବେ ରଜତ ପଣ୍ଡା, ମୁଖପାତ୍ର ଭାବେ ଭବେନ୍ଦ୍ର ସାହୁ ମନୋନୀତ ହୋଇଛନ୍ତି । ଏହାଛଡା ଶୃଙ୍ଖଳା କମିଟିରେ ପୀତାମ୍ବର ନାୟକ, ଅମୂଲ୍ୟ ବେହୁରିଆ, ସେକ୍ ଜୁଲଫୁକାର ଅଲି, ଅନନ୍ତ ଚରଣ ଦାସ, ନିରଞ୍ଜନ ମଲ୍ଲିକ ମନୋନୀତ ହୋଇଛନ୍ତି । ଏହି ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜିଲ୍ଲା ପ୍ରଭାରୀ ଆକ୍ବର ଅଲି, ଭଦ୍ରକ ସଂସଦୀୟ କ୍ଷେତ୍ର ନେତା ମଧୁମିତା ସେଠୀ, ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ବାସୁଦେବପୁର ନେତା ଅଶୋକ ଦାସ, ଚାନ୍ଦବାଲି ନେତା ଦିଗମ୍ବର ଦାସ, ମହିଳା କଂଗ୍ରେ ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦ, ସୁଲୋଚନା ନାୟକ ଓ ସମସ୍ତ ସାମ୍ମୁଖ୍ୟର ମୁଖ୍ୟ ମାନେ ଉପସ୍ଥିତ ଥିଲେ ।

Comments are closed.