Odisha news

ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ବିରୋଧରେ ଦସ୍ତଖତ ସଂଗ୍ରହ ଅଭିଯାନ

ଭଣ୍ଡାରିପୋଖରୀ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ବେକାର ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଲାଞ୍ଚ କାରବାର ମାଧ୍ୟମରେ ଅଯୋଗ୍ୟଙ୍କୁ ନିଯୁକ୍ତି ଦେବା ଭଳି ଦୁର୍ନୀତି ବିରୋଧରେ ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ଛାତ୍ର କଂଗ୍ରେସ ଦ୍ୱାରା ଶନିବାର ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜଙ୍କ ଆହ୍ୱାନରେ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିକ୍ରମ ସେନାପତିଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା । ଏହି ଦୁର୍ନୀତି ବିରୋଧରେ ଛାତ୍ରଛାତ୍ରୀମାନେ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ନେତା ଦିପ୍ତୀରଞ୍ଜନ ନାୟକ, ରାଜେଶ ଦାସ, ଶୁଭମ ସେଠୀ, ଜ୍ଞାନରଞ୍ଜନ ଦାସ, ସୌମ୍ୟରଞ୍ଜନ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Shares