Odisha news

ନାବାଳିକା ନାତୁଣୀର ହେମଦସ୍ତାମାଡରେ ଆଈ ମୃତ

0

ଭଦ୍ରକ,୨୬ା୧୨: ମାନସିକ ଅନଗ୍ରସର ଥିବା ନାବାଳିକା ନାତୁଣୀର ହେମଦସ୍ତା ମାଡରେ ଆଈର ମୃତୁ୍ୟ ହୋଇଯାଇଛି । ଏଭଳି ଘଟଣା ଘଟିଛି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମରେ । ନପଙ୍ଗ ଗ୍ରାମର ୬୫ ବର୍ଷିୟା ଶଶୀ ଦାସଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ନିକଟରେ ଶୋଇଥିବା ୧୬ ବର୍ଷିୟା ନାତୁଣୀ ଏକ ହେମଦସ୍ତା ବାଡିରେ ମୁଣ୍ଡକୁ ଆଘତ ଦେବା ଯୋଗୁଁ ମୃତୁ୍ୟ ହୋଇଯାଇଥିବା ଅଭିଯୋଗ ହୋଇଛି ଭଣ୍ଡାରିପୋଖରୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଂପୃକ୍ତ ନାବାଳିକା ମୃତା ମହିଳାଙ୍କର ଝିଅର ଝିଅ ତାଙ୍କ ଘର କେନ୍ଦ୍ରାପଡାଜିଲ୍ଲାର ପୁରୁଷୋତମ ପୁରରେ ।

ନାବାଳିକା ଜଣକ ଗତ ପ୍ରାୟ ୬ ମାସ ହେବ ନିଜ ଆଈ ଘରକୁ ଆସି ରହୁଥିଲେ । ତାଙ୍କର ମାନସିକ ଅନଗ୍ରସରତା ଯୋଗୁ ବିଭିନ୍ନ ସମୟରେ ନାବାଳିକାର ବ୍ୟବହାର ଅସ୍ୱଭାବିକ ଥିଲା । ଶନିବାର ସକାଳେ ଘରଲୋକେ ଶଶୀଙ୍କୁ ମୃତ ଅବସ୍ଥାରେ ଦେଖିବାସହ ନାତୁଣୀ ତାଙ୍କୁ ମାରିଥିବା କଥା ସ୍ୱୀକାର କରିଥିବାରୁ ପୋଲିସକୁ ଖବର ଦିଆଯାଇଥିଲା । ମୃତା ମହିଳାଙ୍କ ବୋହୂ ପୂଜାରାଣି ଦାସଙ୍କ ଅଭିଯୋଗକ୍ରମେ ପୋଲିସ ଭଣ୍ଡାରିପୋଖରୀ ଥାନା କେଶ ନଂ- ୨୬୬/୨୦ରେ ଦଫା ୩୦୨ରେ ଏକ ହତ୍ୟାମାମଲା ରୁଜୁ କରିବା ସହ ନାତୁଣୀକୁ ଅଟକ ରଖିଛି

Leave A Reply