Odisha news

ମଶାଲ ଓ ମଞ୍ଚ ପୂଜନରେ ସମାପ୍ତ ହେଲା ‘ବୋଲଗଡ଼ ମହୋସ୍ଛବ

0

ବୋଲଗଡ଼-୨୬/୧୨ : ବୋଲଗଡ ସଦର ମହକୁମାସ୍ଥିତ ସ୍ଥାନୀୟ ବାମନ ଉଚ୍ଚବିଦ୍ୟାଳୟ ପରିସର ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଆସୁଥିବା ବୋଲଗଡ ମହୋସôବ ଚଳିତବର୍ଷ ମଶାଳ ଓ ମଞ୍ଚ ପୂଜନରେ ସିମୀତ ରଖାଯାଇଛି । ୨୦୦୪ମସିହା ଠାରୁ ଏଠାରେ ପ୍ରତ୍ୟେକବର୍ଷ ଡିସେମ୍ବର ୨୬ତାରିଖ ଠାରୁ ୩୦ ପର୍ଯ୍ୟନ୍ତ ଦିର୍ଘ ୫ଦିନ ବ୍ୟାପି ସ୍ଥାନୀୟ ତଥା ରାଜ୍ୟ ଓ କେନ୍ଦ୍ରସରକାରଙ୍କ ସାଂସ୍କୃତିକ ବିଭାଗ ଆନୁକୁଲ୍ୟରେ ୧୬ବର୍ଷ ଅତିକ୍ରାନ୍ତ ପରେ ଚଳିତ ସପ୍ତଦଶ ବୋଲଗଡ ମହୋସôବ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଇଯାଇଛି । ମାତ୍ର ଦିର୍ଘବର୍ଷର ପାରମ୍ପରିକ ଶୈଳୀ ମୁତାବକ ଚଳିତ ମହୋସôବର ପ୍ରାରମ୍ଭ ଦିବସରେ ମହୋସôବ କମିଟିର ସାଧାରଣ ସମ୍ପାଦକ ବୀର ଦାସ ଓ ମହୋସôବ କମିଟିଙ୍କ ପ୍ରଚେଷ୍ଠାରେ ବିଶିଷ୍ଟ ବ୍ରାହ୍ମଣଙ୍କ ସହାୟତାରେ କମିଟିର ସ୍ମରଣୀକା ସମ୍ପାଦକ ପାର୍ବତୀକାନ୍ତ ଚମ୍ପତ୍ତିରାୟ ମଞ୍ଚ ପୂଜନର କର୍ତ୍ତାରୂପେ ଉପବେସନ ହୋଇ କାର୍ଯ୍ୟ ସମ୍ପାଦିତ କରାଯାଇଥିଲା ।

ଏହି ମଞ୍ଚ ପୂଜନ କାର୍ଯ୍ୟକ୍ରମରେ ମହୋସôବ କମିଟିର ଅଧ୍ୟକ୍ଷ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ଣ୍ଣାହୁତି ଦେଇଥିଲେ । ପାରମ୍ପରିକ ନିତୀ ନିର୍ଘଣ୍ଟ ଅନୁଯାୟୀ ପାଇକ ପୁଅମାନଙ୍କ ଖଣ୍ଡା ଢାଲ ତଥା ବାଦ୍ୟର ତାଳେ ତାଳେ ସ୍ଥାନୀୟ ଗଡଦେବୀ ମା’ ରାମଚଣ୍ଡୀ ଠାକୁରାଣୀଙ୍କ ନିକଟରୁ ମଶାଲ ଓ ଆଜ୍ଞାମାଳ ପ୍ରାପ୍ତ ହୋଇ ସଂପୃକ୍ତ ମଶାଲ ବୋଲଗଡ ମହୋସôବର ଅସ୍ଥାୟୀ ମଞ୍ଚରେ ମହୋସôବ କମିଟିର ବରିଷ୍ଠ ଉପଦେଷ୍ଠା ରବୀନ୍ଦ୍ର କୁମାର ପରିଡାଙ୍କ ଦ୍ୱାରା ମଋ୍ଚରେ ସ୍ଥାପନ କରାଯାଇଥିଲା । ପରେ ଶ୍ରୀ ପରିଡା ଚଳିତବର୍ଷ ମହାମାରୀକୁ ସମ୍ମାନ ଜଣାଇ ମଶାଲ ଓ ମଞ୍ଚ ପୂଜାରେ ମହୋସôବ ସମାପ୍ତ କରାଗଲା ବୋଲି ଘୋଷଣା କରିଥିଲେ । ଏହି ମଞ୍ଚ ପୂଜନ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ପ୍ୟାରୀମୋହନ ଦାସ, ଲଲାଟେନ୍ଦୁକେଶରୀ ସିଂହ, ଭଞ୍ଜକିଶୋର ଯତି, ସନାତନ ପାଟ୍ଟଶାଣୀ, ଗଦାଧର ଚମ୍ପତ୍ତି, ମନୋଜ ପଣ୍ଡା, ନାରାୟଣ ମାର୍ଥା, ନବକିଶୋର ପ୍ରଧାନ, ନାରାୟଣ ସୁବୁଦ୍ଧି ଓ ସାମ୍ବାଦିକ ପ୍ରଫୁଲ କୁମାର ସିଂହ ,ଦିଲ୍ଲୀପ କୁମାର ଚଉଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply