Odisha news

ପ୍ରଶାସନ ଓ ପୋଲିସକୁ ଅମାନିଆଙ୍କ ଖୋଲା ଚ୍ୟାଲେଞ୍ଜ ଭଦ୍ରକ କରୋନା ବଜାରରେ ଅମାନିଆଙ୍କ ଭୟଙ୍କର ଭିଡ

0

ଭଦ୍ରକ :ଭଦ୍ରକ ଜିଲ୍ଲାରେ ଏବେ ଦୃତଗତିରେ ବଢିଚାଲିଛି କରୋନା । ଆଜି ଜିଲ୍ଲାରେ ନୂଆ ୮୯ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୦ରେ ପହଞ୍ଚିଛି । ୬ଜଣ ବି କରୋନାରେ ଆଖିବୁଜିଲେଣି । ଏବେ ସ୍ଥାନୀୟ ସଂକ୍ରମଣ ବ୍ୟାପୁଛି । ଗୁରୁତ୍ୱପୂର୍ଣ୍ଣ କଥା ଆଜି ଭଦ୍ରକର ଯୁବ ବିଧାୟକ ଖୋଦ୍‍ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଲକ୍ଷ୍ୟରେ ରଖି ପ୍ରଶାସନ ପକ୍ଷରୁ ପ୍ରତି ଶନିବାର ଓ ରବିବାର ସର୍ଟଡାଉନ ବଳବତ୍ତର ରହିଥିବା ବେଳେ ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୫ରୁ ମଧ୍ୟାହ୍ନ ୨ଟା ଯାଏଁ ଦୋକାନବଜାର ଖୋଲା ରହିବାକୁ ଘୋଷଣା ହୋଇଛି ।

କୋଭିଡ୍‍କୁ ଲକ୍ଷ୍ୟ କରି ପୂଜା-ପାର୍ବଣ, ଉସିବ ଓ ମହୋସିବ ପାଳନରେ ବି କଟକଣା ଜାରି ହୋଇଛି । ତେବେ ଏସବୁକୁ ଖୋଲା ଚ୍ୟାଲେଞ୍ଜ କରି ଭଦ୍ରକ ସହରାଞ୍ଚଳରେ ଅମାନିଆ ମାନେ ଆଜି ପୂର୍ବାହ୍ନରେ ଭୟଙ୍କର ଭିଡ୍‍ ଜମାଇଥିଲେ । ବିଶେଷ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲା ହସ୍ପିଟାଲ ଛକ ଓ ଭଦ୍ରକ ଏସ୍‍ପିଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଅସମ୍ଭବ ଭିଡ୍‍ ଲାଗି ରହିଥିଲା । ସତେ ଯେମିତି ଆଜି ଭଦ୍ରକରେ ପ୍ରସିଦ୍ଧ କାଳୀପୂଜାର ଭିଡ ଭଳି ପ୍ରତୀୟମାନ ହେଉଥିଲା । ଶହଶହ ସଂଖ୍ୟାରେ ଲୋକେ କୋଭିଡ ନିୟମକୁ ଅଣଦେଖା କରି ମାର୍କେଟରେ ଭିଡ ଲଗାଇଥିଲେ ।

ରାସ୍ତା ପାରିହେବା ଓ ଆମ୍ବୁଲାନ୍ସଟିଏ ଡାକ୍ତରଖାନାକୁ ଯିବାରେ ଖୁବ୍‍ ସୟମ ଲାଗିଥିଲା । ତେବେ ଏଭଳି ଭିଡ୍‍ ତଥା ସାମାଜିକ ଦୂରତା ଉଲ୍ଲଘଂନ ନେଇ ପ୍ରଶାସନ ଓ ପୋଲିସକୁ ଅମାନିଆମାନେ ଖୋଲା ଚ୍ୟାଲେଞ୍ଜ କରିଥିଲେ ବି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପରିଲକ୍ଷିତ ହୋଇନଥିଲା । ସହରରେ ଅଧିକାଂଶ ଦୋକାନ ବଜାରରେ ବି ପ୍ରବଳ ଭିଡ ଲାଗିଥିଲା । କୋଭିଡ୍‍ ମାର୍ଗଦର୍ଶିକା ଉଲ୍ଲଘଂନ ହୋଇଥିଲେ ବି ପ୍ରଶାସନ ଓ ପୋଲିସ ର ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କେହି କେହି ପ୍ରଶାସନ ଦୋକାନ ବଜାର ଖୋଲା ସୟମକୁ ଅପରାହ୍ନ ୪ଟା ଯାଏଁ ନକରିବାର ଏହା ଫଳ ବୋଲି କଟାକ୍ଷ କରିବାକୁ ପଛାଇ ନାହାନ୍ତି

Leave A Reply