ଭଦ୍ରକ,୧୦ ।୦୮:ଭଦ୍ରକ ଜିଲ୍ଳାରେ ସର୍ଟଡାଉନ, ଲକ୍ଡାଉନ ସତ୍ତେ୍ୱ ବି “କରୋନା’ସଂକ୍ରମଣ ଥମୁନି । ଆଜି ଜିଲ୍ଲାରୁ ପ୍ରଥମ ଥର ସର୍ବାଧିକ ପାଇଁ ୭୦ଟି ପିଜଟିଭ୍ ବାହାରିଛି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ୯୮୫ ଛୁଇଁଛି । ଅନ୍ୟପକ୍ଷରେ ଜିଲ୍ଳାରେ ଏବେ ଦୃତଗତିରେ ବଢିଚାଲିଛି ସ୍ଥାନୀୟ ସଂକ୍ରମଣ(ଲୋକାଲ କଣ୍ଟାକଫ) । ମାତ୍ର ୨୪ଦିନରେ ଜିଲ୍ଳାରେ ୪୪୮ଜଣ ସ୍ଥାନୀୟ ସଂକ୍ରମଣରେ ଶିକାର ହୋଇଛନ୍ତି । ବିଶେଷ କରି ଭଦ୍ରକ ସହରାଞ୍ଚଳ ଓ ଏହାର ଆଖପାଖ ପଞ୍ଚାୟତ ଗୁଡିକରେ ଏହି ସଂକ୍ରମଣ ହାର ଅଧିକ ଥିବା ଜଣାଯାଇଛି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୨୨ ହଜାର ୮୮୭ଜଣଙ୍କ ନମୁନା ପରୀକ୍ଷା ପରେ ମୋଟ ସଂଖ୍ୟା ୯୮୫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୯୨ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଳାର ମୋଟ ଆକଫିଭ ଆକ୍ରାନ୍ତ ୨୮୯ ଅଛନ୍ତି ।
କ୍ୱାରେଣ୍ଟାଇନରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ଜଣ ସ୍ଥାନୀୟ ସଂକ୍ରମଣ । ଆକ୍ରାନ୍ତମାନଙ୍କ ମଧ୍ୟରୁ ବନ୍ତ ବ୍ଲକ ବସନ୍ତିଆ ଟିଏମ୍ସିରୁ ୩, ବାସୁଦେବପୁର ବ୍ଲକ ବରଣ୍ଡୁଆ ହାଇସ୍କୁଲ ଟିଏମ୍ସିରୁ ୨, ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଟିଏମ୍ସିରୁ ଜଣେଙ୍କ ବ୍ୟତୀତ ତିହିଡି ବ୍ଲକ ବିଲଣା ବୋଡକ ଗ୍ରାମର ଜଣେ ଏବଂ ଭଦ୍ରକ ବ୍ଲକ ୧୩ ନଂ ଓ୍ୱାର୍ଡ ଅପର୍ତ୍ତିବିନ୍ଧା ଗାଁର ଜଣେ ଆକ୍ରାନ୍ତ କଟକ ଏସିସିବିରେ ଚିକିତ୍ସା ହେଉଥିବା ବେଳେ ପଜିଟିଭ ଭାବେ ଚିିହ୍ନଟ ହୋଇଛନ୍ତି । ସେହିପରି ଧାମନଗର ବ୍ଲକ ବେତାଳିଗାଁର ଜଣେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିିକିତ୍ସା ବେଳେ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଲୋକାଲ କଣ୍ଟାକଫରେ ୩ଜଣ ବନ୍ତ ବ୍ଳକ ସିଳନ୍ଦୀ ଗାଁରୁ, ୩ଜଣ ଧାମନଗର ଗୁଆପୋଖରୀ ଗାଁରୁ, ୫ଜଣ ଅନହାରପୁର ଗାଁରୁ, ୬ଜଣ ଭଦ୍ରକ ପୌରପାଳିକା ସାବନବଜାରରୁ ଚିହ୍ନଟ ହୋଇଛନ୍ତିି ।
ସେହିପରି ଭଦ୍ରକ ପୌରପାଳିକା ୬ ନଂ ଓ୍ୱାର୍ଡ ଗୋପବନ୍ଧୁନଗର ରୁ ଜଣେ, ମଠସାହିରୁ ଜଣେ, ୧୧ ନଂ ଓ୍ୱାର୍ଡରୁ ୨ଜଣ, ୫ ନଂ ଓ୍ୱାର୍ଡ ଚରମ୍ପାରୁ ଜଣେ, ୨ ନଂ ଓ୍ୱାର୍ଡ ବରାଳପୋଖରୀରୁ ଜଣେ, ସରକାରନଗରରୁ ୨ଜଣ, ୧୭ ନଂ ଓ୍ୱାର୍ଡ ଚନ୍ଦନବଜାରରୁ ୨ଜଣ, ୩୦ ନଂ ଓ୍ୱାର୍ଡ ବାଲିପାଟଣା ଗାଁରୁ ଜଣେ, ୧୩ ନଂ ଓ୍ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ, ୧୪ ନଂ ଓ୍ୱାର୍ଡ ସନ୍ଥିଆରୁ ଜଣେ, ୮ ନଂ ଓ୍ୱାର୍ଡ ବାଗୁରାଇ ଜେଲ କଲୋନୀରୁ ଜଣେ, ୨୦ ନଂ ଓ୍ୱାର୍ଡ ଶଙ୍କରପୁରରୁ ଜଣେ, ପୁରୁଣାବଜାରରୁ ଜଣେ, ୨୪ ନଂ ଓ୍ୱାର୍ଡ ମୀର୍ଜାପୁରରୁ ୨ଜଣ, ଭଦ୍ରକ ବ୍ଲକ ଇଛାପୁର ଗାଁରୁ ୨, ରଘୁପତିବିନ୍ଧା ଗାଁରୁ ଜଣେ, ତୋରଣପଦା ଗ୍ରାମରୁ ଜଣେ, ତେନ୍ତୁଲିଗଡିଆ ଗାଁରୁ ଜଣେ, ବନ୍ତ ବ୍ଲକ ରାଉତରାୟପୁର ଗାଁରୁ ଜଣେ, ବିଶଲକଣା ଗାଁରୁ ଜଣେ, ବନ୍ତରୁ ଜଣେ, ଧାମନଗର ବ୍ଲକ ଇନ୍ଦ୍ରଗୋବିନ୍ଦ ହାଇସ୍କୁଲରୁ ୨ଜଣ, କୋଠାର ଗାଁରୁ ୨ଜଣ, ଚୂଡାକୁଟି ଗାଁରୁ ୨ଜଣ, ରଘୁନାଥପୁର ଗାଁରୁ ୨ଜଣ, ତିହିଡି ବ୍ଲକ ଜଉଗାଁରୁ ଜଣେ, ଗୁଆମାଳ ଗାଁରୁ ଜଣେ, ଗୋପାଳବିନ୍ଧା ଗାଁରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଗାଁରୁ ଜଣେ, ମଞ୍ଜୁରିରୋଡରୁ ଜଣେ, ଷୋଳମପୁର ଗାଁରୁ ଜଣେ, ଧାମନଗର ଏନ୍ଏସିର ଶ୍ୟାମପୁର, ତାଳପଦା, ଗୋଖାଢିପ, ହବିବନଗର ଗାଁରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।