Odisha news

ଆୟୁର୍ବେଦ ଅନୁସାରେ ଗୁଆ ମୁଖ ସମ୍ବନ୍ଧୀୟ ରୋଗ ପାଇଁ ରାମବାଣ 

0

ସୁପାରୀ ବା ଗୁଆ ର ନାମ ଶୁଣିବା ମାତ୍ରକେ ଆମ ମଧ୍ୟରୁ ଅନେକ ଲୋକ ଗୁଟକା ଓ ତମ୍ବାଖୁ କଥା ଭାବି ଥାଆନ୍ତି l ଯେବେକି ଏହା ଗୋଟିଏ କଠୋର ଫଳ ଅଟେ ଓ ଏଥିରେ ଫ୍ଲେବୋନାଏଡ଼, ଏଲକଲାଇଡ, ଗ୍ଲୁକୋସାଇଡ, ଆଇସୋପ୍ରନାଇଡ, ଏମିନୋ ଏସିଡ, ୟୁଜେନୋଲ ଭଳି ପୋଷାକ ତତ୍ୱ ରହିଥାଏ l ଏହା ଶରୀର ପାଇଁ କିଛି ଜରୁରୀ ଆଣ୍ଟିଅକ୍ସିଡେଣ୍ଟ ଭାବରେ କାମ କରି ଥାଆନ୍ତି ଓ ଅନେକ ପ୍ରକାର ରୋଗ ଠାରୁ ମଧ୍ୟ ରକ୍ଷା କରି ଥାଆନ୍ତି l ଗୁଆ ର ବ୍ୟବହାର ପୂଜାପାଠ ରେ ମଧ୍ୟ କରାଯାଇ ଥାଏ l ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଓ ଆୟୁର୍ବେଦ ରେ ବିଭିନ୍ନ ଚିକିତ୍ସା ପାଇଁ ଗୁଆ ର ବ୍ୟବହାର ହୋଇଥାଏ l

ଆୟୁର୍ବେଦ ଅନୁସାରେ ଗୁଆ କୁ ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଇ ଥାଏ, ଆସନ୍ତୁ ଜାଣିବା ସେହି ଚିକିତ୍ସା ଗୁଡିକ କଣ –

– ଆୟୁର୍ବେଦ ଅନୁସାରେ ଗୁଆ ଦାନ୍ତ ସମ୍ବନ୍ଧୀୟ ଯନ୍ତ୍ରଣା ରୁ ଆରମ୍ ଦେଇଥାଏ l ଗୁଆ ରେ ଏଭଳି ଅନେକ ତତ୍ୱ ରହିଛି ଯାହାକି ଶରୀରରେ ଗୋଟିଏ ଏନାଲଜେସିକା ଭାବରେ କାର୍ଯ୍ୟ କରିଥାଏ l  ଯେଉଁ ଲୋକମାନେ ଦାନ୍ତ ଯନ୍ତ୍ରଣା ରେ ପୀଡିତ ହୋଇ ଥାଆନ୍ତି ସେମାନଙ୍କ ପାଇଁ ଗୁଆ ର ବ୍ୟବହାର ଖୁବ ହିତକର l ସାମାନ୍ୟ ଗୁଆ କୁ ଲୁଣ ସହିତ ଦାନ୍ତ ମୂଳରେ ଯାକିବା ଦ୍ୱାରା ଦାନ୍ତ ଯନ୍ତ୍ରଣା ରୁ ଆରାମ ମିଳିଥାଏ l

– ଯଦି ଆପଣ ଙ୍କ ଗଳାରେ କଫ ସମସ୍ୟା ରହୁଛି ତେବେ ପ୍ରତିଦିନ ରାତିରେ କିଛି ଗୁଆ କୁ ଘିଅ ରେ ଭାଜି ଖାଇ ସାରିବା ପରେ ଖାଆନ୍ତୁ ଓ ଉଷୁମ ପାଣି ସାମାନ୍ୟ ପିଅନ୍ତୁ l  ଏପରି କରିବା ଦ୍ୱାରା ଗଳା ର କଫ କମି ଯାଇଥାଏ l

– ଯେଉଁ ମାନଙ୍କ ପାଟି ସର୍ବଦା ଦୁର୍ଗନ୍ଧ ହୋଇଥାଏ, ସେମାନେ ପାନ ସହିତ ଗୁଆ ଖାଇବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ l ଏହାଛଡା ପାଟିରୁ ବ୍ୟାଡ଼ ବ୍ୟାକ୍ଟେରିଆ ମଧ୍ୟ ଦୂର ହୋଇ ଥାଆନ୍ତି l

– ପାଟିରେ ଯଦି ମାଉଥ ଅଳସର ହୋଇଛି ଏଥିପାଇଁ ଗୁଆ ଖୁବ ପ୍ରଭାବଶାଳୀ l  ଗୁଆ କୁ ପାଣିରେ ସିଝାଇ ସେହି ପାଣିକୁ କୁଳି କରିବା ଦ୍ୱାରା ମାଉଥ ଅଲସର ରୁ ଆରାମ ମିଳିଥାଏ l

Nalco
Leave A Reply