Odisha news

ପୂର୍ବତନ ସମିତି ସଭ୍ୟଙ୍କ ଦେହାନ୍ତ : ଶୋକାକୂଳ ପରିସ୍ଥିତିରେ ବିଦାୟ

0

ବେତନଟୀ : ବେତନଟୀ ବ୍ଲକର ସଇତପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦୀନେଶ କୁମାର ମହାନ୍ତଙ୍କର ଦେହାନ୍ତ ହୋଇ ଯାଇଛି । ଜଣେ ସଂଗଠକ ଭାବେ ଦୀନେଶଙ୍କର ଅଞ୍ଚଳରେ ଖ୍ୟାତି ଥିଲା । ବିଭିନ୍ନ ସମୟରେ ବିଭିନ୍ନ ବିପର୍ଯ୍ୟୟ ବେଳେ ସେ ଲୋକଙ୍କ ପାଖରେ ଛିଡା ହେଉ ଥିଲେ । ଦୀନେଶ ପୂର୍ବରୁ କଂଗ୍ରେସ ଦଳର ଜଣେ ଦକ୍ଷ ଯୁବ ନେତା ଭାବେ ବେତନଟୀ ବ୍ଲକର ସଭାପତି ଦାୟୀତ୍ୱରେ ଥିଲେ । ପରେ ସେ ବିଜେଡି ଦଳରେ ମିଶି ଥିବାର ଜଣା ପଡିଛି ।

ତେବେ ଦୀନେଶ ଜଣେ ପରୋପକାରୀ ଯୁବ ନେତା ଥିଲେ । ତାଙ୍କ ଦେହାନ୍ତରେ ସଇତପୁର ପଞ୍ଚାୟତ ଦୁଃଖରେ ମ୍ରିୟମାଣ ହୋଇ ପଡିଛି । ଖବର ପାଇ ଓଡିଶା ରାଜ୍ୟ ବିଜୁ ଯୁବ ଜନତା ଉପସଭାପତି ଲଲାଟେନ୍ଦୁ ବେହେରା, ପୂବତନ ବ୍ଲକ ସଭାପତି ସୁନ୍ଦର ମୋହନ ମହାନ୍ତ, ଡମ୍ବରୁ ମହାନ୍ତ ଓ ବହୁ ବିଜେଡି ନେତା ତାଙ୍କ ଶେଷକୃତ୍ୟ ସ୍ଥାନରେ ପହଞ୍ଚି ଶେଷ ଦର୍ଶନ କରି ଥିଲେ । ଶେଷ ବେଳକୁ ତାଙ୍କର ପରିବାର ଓ ଆତ୍ମୀୟ ସ୍ୱଜନ ମାନେ ତାଙ୍କ ନିକଟରେ ଉପସ୍ଥିତ ଥିବାର ଜଣା ପଡିଛି ।

Leave A Reply