Odisha news

ଅର୍ନ୍ତଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ

0
ବେତନଟୀ : ରବିବାର ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ସମେତ ବିଭିନ୍ନ ବ୍ଲକ ରେ ବେସରକାରୀ ସଂଗଠନଦ୍ୱାରା ଏହି ସ୍ୱତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ବେତନଟୀର ସିଭିଲ ସୋସାଇଟି, ବେତନଟୀ ବ୍ଳକ ପ୍ରେସ କ୍ଲବ  ,ଅବସରପ୍ରାପ୍ତ କର୍ମଚାରୀ ସଂଘ ଙ୍କ ମିଳିତ ପ୍ରଚେଷ୍ଟାରେ ବେତନଟୀ ଚଣ୍ଡି ମନ୍ଦିର ଛକ ସ୍ଥିତ ମଧୁବାବୁ ଓ ଡାକ୍ତରଖାନା ପରିସରରେ ଥିବା ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସଫେଇ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି। ଏଥିରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା,ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ସାମ୍ବାଦିକ ସଦାଶିବ ଲେଙ୍କା, ଅବସରପ୍ରାପ୍ତ ସଂଘ ତରଫରୁ ରବିନ୍ଦ୍ରନାଥ ମିଶ୍ର ଓ ସିଭିଲ ସୋସାଇଟି ତରଫରୁ ରବିନ୍ଦ୍ର ପ୍ରଧାନ ଓ ଶ୍ରୀଧର ସେଠୀ ଏବଂ ସମାଜସେବୀ କାହ୍ନୁ ଭାଇ ଆଦି ଯୋଗଦାନ କରିଥିଲେ ।ଏହି ଦିବସ ଦ୍ୱାରା ଅବହେଳିତ ହୋଇ ପଡ଼ିରହିଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ଗୁଡିକର ପ୍ରକୃତ ଯତ୍ନ ହୋଇ ପାରିଥିବାରୁ ସର୍ବସାଧାରଣ ରେ ଏହାକୁ  ପ୍ରଶଂସା କରାଯାଇଛି ।
Leave A Reply