Odisha news

ପ୍ରବାସୀ ଓଡ଼ିଆ ମୁମ୍ବାଇରେ ଉତ୍କଳ ଦିବସ ପାଳିତ

0
ବେତନଟୀ :  ମୁମ୍ବାଇ ମହାନଗର ସ୍ଥିତ ମୀରାଭୟଦରରେ ବିଭିନ୍ନ କାର୍ଯ୍ୟରେ  ନିୟୋଜିତ ରହି ଓଡ଼ିଆବାସୀ “ମୋ ଓଡ଼ିଆ ସମାଜ” ନାମରେ ସଂଗଠନ ଗଠନ କରିଛନ୍ତି। ସଂସ୍ଥାର ପ୍ରତିଷ୍ଠାତା ଡଃ ହାୟଗ୍ରୀବ ଗୁରୁଙ୍କ ପୌରହିତ୍ୟରେ ଉତ୍କଳ ଦିବସ ପାଳିତ ହୋଇଅଛି । ମୁଖ୍ୟ ଅତିଥି ଭାବରେ ରବି ବ୍ୟାସ (ଆଇନଜୀବି ତଥା ସମାଜସେବୀ),  ସ୍ଵତନ୍ତ୍ର ଅତିଥି ଲମ୍ବୋଦର ଦାସ ମହାପାତ୍ର, ମୁଖ୍ୟବକ୍ତା  କେଦାରନାଥ ମହାରଣା, ସମ୍ମାନୀତ ଅତିଥି ଭାବରେ ଡିଚେନ୍ଦ୍ର ରାଉଳ, ମୁକ୍ତିକାନ୍ତ ବାରିକ, ଚନ୍ଦ୍ରମଣି ସାହୁ, ସୌମେନ୍ଦ୍ର ସାହୁ ଯୋଗ ଦେଇ ଅତିଥିଙ୍କ ଦ୍ଵାରା ଉତ୍କଳମଣି ଗୋପବନ୍ଧୁଙ୍କ ଓ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସମସ୍ତେ ଏକ ସ୍ଵରରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ବରପୁତ୍ରମାନଙ୍କ ସ୍ମୃତି ଚାରଣ କରିବା ସହ ଓଡ଼ିଆଜାତି, ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶର୍ମିଷ୍ଠା ସାହୁ, ସନ୍ତୋଷ ପାତ୍ର, ଉପେନ୍ଦ୍ରନାଥ ବେହେରା, ଜ୍ୟୋସ୍ନା ବେହେରା ଓ ସମୀର ପାତ୍ର ଓଡ଼ିଶାର ପରମ୍ପରା ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ମୁମ୍ବାଇରେ ରହୁଥିବା ଜନ ସାଧାରଣ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ପାଳନ କୁ ଭୂୟସୀ ପ୍ରଶଂସା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରତିକାନ୍ତ ବେହେରା, ଅନିଲ ସେନାପତି, ବଦ୍ରି ନାରାୟଣ ସୁବୁଦ୍ଧି, ଅରୁଣ ପାଢୀ ଓ ଅନ୍ୟମାନେ ସହଯୋଗ କରିଥିଲେ । ସର୍ବଶେଷରେ ଈଂ. ଚୈତନ୍ୟ ଖଣ୍ଡା ସହ ସମ୍ପାଦକ(ପ୍ରାକ୍ତନ ଚେୟାରମେନ ଫୋର୍ଡ ସ୍ୱେଚ୍ଛା ସେବୀ ଅନୁଷ୍ଠାନ, ନାଖରା) ସମସ୍ତଙ୍କୁ ଧନ୍ୟବାଦ କରିଥିଲେ ।
Leave A Reply