Odisha news

ନବନିର୍ମାଣ କୃଷକ ସଂଗଠନ ତରଫରୁ ବଡ଼ସାହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭା ଶାଳଗାଁ ରେ ଅନୁଷ୍ଠିତ

0

ବେତନଟୀ  :  ବୈଶିଙ୍ଗା ଥାନା ଅଧୀନ ଶାଳ ଗାଁ ପଞ୍ଚାୟତ ର ବାତ୍ୟା ଆଶ୍ରୟ ସ୍ଥଳୀରେ ବୁଧବାର ପୂର୍ବାହ୍ନ ସମୟରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ବଡ଼ସାହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭା ଆୟୋଜନ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ଚିନୁ ଦାଶ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ମୂଖ୍ୟତଃ ଧାନର ମୂଲ୍ୟ ବୃଦ୍ଧି, ଚାଷୀଙ୍କ ସୁରକ୍ଷା ଭତା, ଭାଗ ଚାଷୀ ମାନଙ୍କ ସମସ୍ୟା ସହିତ ଧାନ ମଣ୍ଡିରେ ଦୁର୍ନୀତି ବନ୍ଦ ସହିତ ଅନେକ ଦାବି ପାଇଁ ଆଉ ସରକାର ପାଖରେ ହାତ ନ ପତେଇ ନିଜେ ଚାଷୀ ସରକାର କରିବାକୁ ଉକ୍ତ ସଭାରେ  ଆଲୋଚନା ହୋଇଥିଲା । କୌଣସି ଦଳର ପତାକା ନଧରିବାକୁ ଚାଷୀ ଭାଇ ଓ ମା ମାନେ ସଂଗଠନ ତରଫରୁ ସଂଙ୍କଳ୍ପ ମଧ୍ୟ ନେଇଥିଲେ । ଆମର ଦରକାର-ଚାଷୀ ସରକାର କୁ ସଫଳ କରିବା ଉଦ୍ଧେଶ୍ୟରେ ବେତନଟୀ ବ୍ଲକ ସଭାପତି ପ୍ରଶାନ୍ତ କରଣ, ଉପସଭାପତି ପଦ୍ମଲୋଚନ ମହାନ୍ତ, ବଡ଼ସାହି ବ୍ଲକ ସଭାପତି ରାମକୃଷ୍ଣ ନାଏକ, ଉଦଳା ମହିଳା ସଭାପତି ରାଇମଣୀ ବିଶ୍ଵାଳ ସହିତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ପଞ୍ଚାୟତ ଦାଇତ୍ୱରେ ମହିଳା ସଭାପତି ରଞ୍ଚିତା ସାସମଲ, ଉପସଭାପତି ପୁଷ୍ପଲତା ଗିରି, କୋଷାଧ୍ୟକ୍ଷ ସବିତା ଗିରି, ଭଗବାନ ଅଧିକାରି, ଶ୍ରୀନାଥ ସିଂ,ଶୁସିଳା ସିଂ ଶ୍ରବଣ ଛାଟିଆ ପରି ଅନେକ ନେତୃତ୍ବ ଚାଷୀ ଦଳରେ ସାମିଲ ମଧ୍ୟ ହୋଇଥିଲେ l

Leave A Reply