Odisha news

ବେତନଟୀ ରେ ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ

0
ବେତନଟୀ :  ବେତନଟୀ କଳାବିକାଶ କେନ୍ଦ୍ର ଠାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୮   ତମ ଜନ୍ମଜୟନ୍ତୀ ପାଳିତ  ହୋଇଯାଇଛି । ବ୍ୟାସକବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ, ପରିଷଦର ସଭାପତି ରାଧାମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ଡ।କ୍ତର ସୁଶୀଲ କୁମାର ଘୋଷ ପ୍ରାରମ୍ଭିକ ସୂଚନା ଓ ବିବରଣୀ ପଠନ କରିଥିଲେ । ସ୍ଵର୍ଗତ ଫକୀର ମୋହନଙ୍କ ଅନ୍ୟନାମ  ସଂକ୍ରାନ୍ତି ପୁରୁଷ ଓ ତାଙ୍କର ଓଡ଼ିଆ ସାହିତ୍ୟ ଜଗତକୁ ଅନେକ ଗଳ୍ପ, ଉପନ୍ୟାସ ରଚନା କରି ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧିରେ ବିଶେଷ ଅବଦାନ ସମ୍ବନ୍ଧରେ ଆଡ୍‌ଭୋକେଟ୍ ସଚିଦାନନ୍ଦ ମହାନ୍ତି, କୃଷ୍ଣଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡଃ ମନ୍ଦାକିନୀ ସାହୁ, ସାହିତ୍ୟିକ ବିଜୟ କୁମାର ଦ୍ଵିବେଦୀ , ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀ ଓ ପରିଷଦର ସଦସ୍ୟ ଶ୍ୟାମ ପ୍ରସାଦ ମଢୁଆଳ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ଲକ୍ଷ୍ମୀଧର ଭୋଇ , ରାଧାକୃଷ୍ଣ ପାତ୍ର, କମଳଲୋଚନ କର ଆଦି ଉପସ୍ଥିତ ଥିଲେ। ଶେଷରେ ସହ ସଂପାଦକ ଇଶ୍ଵର ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।
Leave A Reply