ଠାକୁରମୁଣ୍ଡା : ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖସାକୁଦର ଗ୍ରାମର ଜନୈକ ବ୍ୟକ୍ତି ଟ୍ରାକ୍ଟର ଚକା ତଳେ ଚାପି ହୋଇ ମୃତ୍ୟବରଣ କରିଛି l ଘଟଣାରୁ ପ୍ରକାଶଯେ, ଭୀମକୁଣ୍ଡ ମକର ମେଳା ଦେଖିବା ପାଇଁ ପାଖ ଆଖ ଗ୍ରାମର ଜନସାଧାରଣ 15 ତାରିଖରେ ଯାଇଥିଲେ l ଭୀମକୁଣ୍ଡରୁ ନିଜ ଗ୍ରାମ ଖସାକୁଦରକୁ ଏକ ଟ୍ରାକ୍ଟର ଯୋଗେ ଲୋକ ଫେରୁଥିଲେ l ମାତ୍ର ରାସ୍ତାରେ ଖସାକୁଦର ଗ୍ରାମର ଗମା ଚାମ୍ପିୟା (48 )ଟ୍ରାକ୍ଟରରୁ ଖସି ପଡ଼ିବାରୁ ତା ଉପରେ ଟ୍ରାକ୍ଟରର ବଡ଼ ଚକା ମାଡିଯାଇଥିଲା l ଫଳରେ ଆହତଙ୍କୁ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାୟ ରାତି 8 ଟା ପରେ ଅଣାଯାଇଥିଲା l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଟ୍ରାକ୍ଟରରୁ ଅନ୍ଧାରିଖମଣ ନିକଟରେ ପଡିବା ବେଳେ ଟ୍ରାକ୍ଟରରେ ତାଙ୍କ ପୁଅ ଲାଲମୋହନ ଚାମ୍ପିୟା ମଧ୍ୟ ଥିଲେ l ଟ୍ରାକ୍ଟର ଟି ମଧ୍ୟ ଖସାକୁଦର ଗ୍ରାମର ଅନ୍ୟ ଜଣେ ଲାଲମୋହନ ଚାମ୍ପିୟାଙ୍କର ବୋଲି ଜଣାପଡିଛି l ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି l