ବେତନଟୀ : ବେତନଟୀ ସେଣ୍ଟ ଜାଭିଆର ପ୍ଲେସ୍କୁଲର ଅଧ୍ୟକ୍ଷା ସସ୍ମିତା ଧଳ ମହାନ୍ତ, ନିଦେ୍ର୍ଦଶକ ସାମ୍ବାଦିକ ମନୋଜ କୁମାର ମହାନ୍ତଙ୍କ ଉଦ୍ୟମରେ ଚାଇନା ଆପସ ଟିକଟକର ବିକଳ୍ପ ଭାବେ ଧମାକା ଗତ ଜୁଲାଇ ୨୮ ତାରିଖ ଦିନ ପ୍ଲେଷ୍ଟୋରର ସ୍ୱୀକୃତି ପାଇଛି । ଏହାକୁ ଗଗନେନ୍ଦୁ ଦେବବର୍ମାଙ୍କ ସହଯୋଗରେ ନିର୍ମାଣ କରା ଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ୫୯ ଆପସକୁ ରଦ୍ଧ କଲା ପରେ ଯଦି କୌଣସି ଉଦ୍ୟୋଗୀ ଦେଶ ଓ ବିଦେଶରେ ପରିଚୟ ସୃଷ୍ଟି କରିବା ଭଳି ଗ୍ରହଣ ଯୋଗ୍ୟ ମୋବାଇଲ ଆପସ ନିର୍ମାଣ କରନ୍ତି ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରା ଯିବ ।
ଏଥିରେ ଉସôାହିତ ହୋଇ ନିଜସ୍ୱ ଜ୍ଞାନ କୌଶଳ ଓ ଦକ୍ଷତାକୁ ପ୍ରମାଣିତ କରିବାକୁ ମନୋଜ ଓ ସସ୍ମିତା ଦିନରାତ୍ରୀ ପରିଶ୍ରମ କରି ଧମାକା ନାମକ ଆପସକୁ ଡିଜାଇନ କରିଛନ୍ତି । ଏହି ଆପସ ବ୍ୟବହାର କରି ଛୋଟ ଛୋଟ ଭିଡିଓ ତିଆରି କରି ତାକୁ ସେୟାର କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପ୍ରତିଭାକୁ ଆର୍ନ୍ତଜାତୀୟ ସ୍ତରରେ ଉପସ୍ଥାପିତ କରି ହେବ ବୋଲି ଜଣା ପଡିଛି । ସୂଚନାଯୋଗ୍ୟ ଯେ ସସ୍ମିତାଙ୍କ ମାଲିକାନା ଓ ମନୋଜଙ୍କ ପରିଚାଳନାରେ ଚାଲି ଥିବା ଉଦ୍ୟୋଗ ସିମ ମିଡିଆ ଆଣ୍ଡ ଏଣ୍ଟାରଟେନମେଣ୍ଟ ତରଫରୁ ଏହି ବିକଳ୍ପ ଆପସ ନିର୍ମାଣ କରା ଯାଇଛି । ଧମାକା ବ୍ୟତୀତ ଉକ୍ତ ସଂସ୍ଥାର ଓଡିଶା ଲାଇଭ ଟିଭି, ଜୟ ଗୋରାମ ରେଡିଓ ଭଳି ମିଡିଆ ଚ୍ୟାନେଲ ରହିଛି । ଧମାକା ସ୍ୱୀକୃତି ପାଇବା ପରେ ଓଡିଶାର ବିଭିନ୍ନ ସାମ୍ବାଦିକ ସଂଘ, ପଦ୍ମମାଳି ମହିଳା ସଂଗଠନ, ଯୁବ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନରୁ ସସ୍ମିତା ଓ ମନୋଜଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।