Odisha news

କୋଭିଡ ପରିଚାଳନାକୁ ନେଇ କେନ୍ଦୁଆ ଆଶା କର୍ମୀଙ୍କ ସହିତ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ସଚିବ ଓ ମୟୂରଭଞ୍ଜ ଜିଲ୍ଳାପାଳ ରହିଲେ ସାକ୍ଷୀ

0

ବେତନଟୀ  : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକରେ ନୂତନ ଭାବେ ସୃଷ୍ଟି ହୋଇ ଥିବା କେନ୍ଦୁଆ ପଞ୍ଚାୟତର କେନ୍ଦୁଆ ଗ୍ରାମର ଆଶାକର୍ମୀ ଯଶୋବନ୍ତି ନାଥଙ୍କ ସହିତ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତାଳାପ କରି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ପିକେ ମହାପାତ୍ର, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମଧ୍ୟ ଏହି ବାର୍ତ୍ତାଳାପ ମଧ୍ୟରେ ରହି ଥିଲେ । ମୁଖ୍ୟମନ୍ତ୍ରୀ ଆଶା କର୍ମୀ ମାନଙ୍କର ଭୂମିକା ବାବଦରେ ଜାଣିବାକୁ ଚାହିଁବା ପରେ ଯଶୋବନ୍ତୀ କରୋନା ମହାମାରୀ ଏକ ଜାତୀୟ ବିପତ୍ତି ବୋଲି ଜାଣିଛନ୍ତି ବୋଲି କହି ଥିଲେ । ତୃଣମୂଳ ସ୍ତରର ଅଧିକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ ହିସାବରେ ଜୀବନକୁ ବାଜି ଲଗାଇ ସେ ଓ ଅନ୍ୟ ଆଶା କର୍ମୀ ଭଉଣୀ ମାନେ ଏଥିରେ ନିୟୋଜିତ ଅଛନ୍ତି । ପ୍ରମୁଖ ଲକ୍ଷ୍ୟ ହେଉଛି ନିଜର ରାଜ୍ୟ ଓ ଦେଶକୁ କରୋନା ମୁକ୍ତ କରିବା ବୋଲି ଯଶୋବନ୍ତି କହି ଥିଲେ । ପ୍ରତ୍ୟେକ ଦିନର କାର୍ଯ୍ୟାବଳୀ ବାବଦରେ ପ୍ରଶ୍ନର ଉତ୍ତର ଦେଇ ଯଶୋବନ୍ତୀ କହିଲେ ପ୍ରତ୍ୟେକ ଦିନ ଘର ଘର ବୁଲି କାହାରି ପାଖରେ କୋଭିଡ ଲକ୍ଷଣ ଥିଲେ ସେମାନଙ୍କୁ ଚିହ୍ନଟ କରା ଯାଉଛି ।

ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କର ସ୍ୱାବ ସଂଗ୍ରହରେ ସହାୟତା କରୁଛନ୍ତି । ଯେଉଁ ମାନଙ୍କର ସ୍ୱାବ ପରୀକ୍ଷା ପୋଜିଟିଭ ଆସୁଛି ସେମାନଙ୍କ କୋଭିଡ ହସପିଟାଲ ସ୍ଥାନାନ୍ତର କରିବାରେ ସହାୟତା କରୁଛନ୍ତି । ଚିକିସôା ପରେ ସୁସ୍ଥ ହୋଇ ଆସିଲେ ସେମାନଙ୍କ ଘରକୁ ଯାଇ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାରେ ନିୟୋଜିତ ଅଛନ୍ତି । ଏହା ଛଡା କାହାରିକୁ ହୋମ କ୍ୱାରାଣ୍ଟାଇନ କିମ୍ବା ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇ ଥିଲେ ସେମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । କ୍ଷେତ୍ରରେ କାର୍ଯ୍ୟ କରୁ ଥିବା ବେଳେ ସମସ୍ୟା ବାବଦରେ ପ୍ରଶ୍ନରେ ଆଶାକର୍ମୀ ଯଶୋବନ୍ତୀ କହିଲେ ସେମାନେ ଯେତେବେଳେ ତଥ୍ୟ ପଚରା ଯାଉଛି ସେଗୁଡିକୁ ଲୋକମାନେ ଲୁଚାଉଛନ୍ତି । କାଶ, ଛିଙ୍କ, ଥଣ୍ଡା, ଛାତି ଦରଜ, ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଲକ୍ଷଣ ଥିଲେ ସ୍ୱାବ ପରୀକ୍ଷା ପାଇଁ ଯିବା କଥା କିନ୍ତୁ କିଛି ଲୋକ କୁଣ୍ଠାବୋଧ କରୁଛନ୍ତି । ଆଶା କର୍ମୀ ହିସାବରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ରାଜ୍ୟକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ୨୪ ଘଣ୍ଟା କାର୍ଯ୍ୟରେ ନିୟୋଜିତ ଅଛୁ । ବହୁ ଲୋକ ସଂସ୍ପର୍ଶରେ ଆସୁଥିବାରୁ ଆମ୍ଭ ଜୀବନ ପ୍ରତ୍ି ବିପଦ ଥିଲେ ମଧ୍ୟ ସେବା ହିଁ ଜୀବନର ବ୍ରତ ଭାବି କରୋନା ସହିତ ଲଢ଼େଇ କରୁଛୁ । ରାଜ୍ୟକୁ କରୋନା ମୁକ୍ତ କରିବାକୁ ଆମ୍ଭେ ଚେଷ୍ଟିତ ରହିଛୁ

Leave A Reply