Odisha news

ରେଳ ଫାଟକ ରାସ୍ତା ପାଲଟିଛି ମରଣଯନ୍ତା

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ  ପଣସିଆ ଛକଠାରୁ ଆମ୍ବଗଡ଼ିଆ ( ଠାକୁର ତୋଟା ) ରେଳ କ୍ରସିଂ ରାସ୍ତାର ଉଭୟ ପାର୍ଶ୍ଵର ଦୁରାବସ୍ଥା କହିଲେ ନ ସରେ । ଦୈନିକ ଏହି ରାସ୍ତାରେ ଶହ ଶହ ଚାରିଚକିଆ ସହ ହଜାର ହଜାର ଯାତ୍ରୀ ଯାତାୟାତ କରିଥାଆନ୍ତି । ବୈଶିଙ୍ଗା ବଜାର ଠାରୁ ଠାକୁରତୋଟା ରେଳ ଷ୍ଟେସନ ତଥା ରାସଗୋବିନ୍ଦପୁର ବ୍ଳକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରଣ ଯନ୍ତା ସଦୃଶ  ପରିଣତ ହୋଇଯାଇଛି। ରେଳ ଲାଇନଟି ବ୍ରଡ ଗଜ ହୋଇ ୨୦୦୬ ମସିହାଠାରୁ ଉକ୍ତ ରାସ୍ତାରେ ରେଳ ଯାତାୟତ ପରଠାରୁ ଏହି ରେଳପାରି ରାସ୍ତାର ଉଭୟ ପାର୍ଶ୍ଵ ମରାମତି ହୋଇନାହିଁ। ରେଳବିଭାଗ ଓ ଓଡ଼ିଶା ସରକାରଙ୍କ ରାସ୍ତା ବିଭାଗ ମଧ୍ୟରେ ତୁ ତୁ ମେ ମେ ର ଶିକାର ହେଉଛନ୍ତି ବିଚରା ନିରୀହ ପଥିକ ଗଣ। ବର୍ଷା ଦିନରେ ଏ ରାସ୍ତାର ଅବସ୍ଥା ବେହାଲ ହେବା ସହ ପଥଚାରୀ,ସାଇକେଲିଆ ଓ ଦୁଇ ଚକିଆ ଯାନ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଯାହା ଫଳରେ ନୀରିହ ଜନତା ଙ୍କ ଜୀବନ ଚାଲି ଯାଉଥିବାର ଦେଖାଯାଉଛି । ଅନେକ ଥର ଅଭିଯୋଗ କରିବା ପରେ ସମସ୍ୟାର ସମାଧାନ ନ ହେବାରୁ ଖୁବଶୀଘ୍ର ଅଞ୍ଚଳବାସୀ ଆଗାମୀ ରେଳ ରୋକ କରିବା ସହ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Leave A Reply