Odisha news

ହାତୀଝୁରୀ ରେ ଦନ୍ତା ଭାଙ୍ଗିଲା ଚାଳ ଛପର ଘର

0
ବେତନଟୀ :  ବୈଶିଙ୍ଗା ଥାନା ଅଧୀନ ହାତୀଝୁରୀ ଗ୍ରାମରେ ବୁଧବାର ରାତିରେ ଏକ ଚାଳ ଛପର ଘର ଭାଙ୍ଗିଲା ଦନ୍ତା ହାତୀ । ମିଳିଥିବା ସୂଚନା ଅନୁସାରେ   ବର୍ତ୍ତମାନ ୨୪ ଟିକିଆ ହାତୀ ପଲ ବର୍ତ୍ତମାନ ତିଳଦା ସଂରକ୍ଷିତ ଜଙ୍ଗଲରେ ଥିବା ବେଳେ ବୁଧବାର ବିଳମ୍ବିତ ରାତ୍ରୀରେ ଗୋଟିଏ ଦନ୍ତା ହାତୀଝୁରୀ ଗ୍ରାମର ବାଙ୍ଗୁରୁ ଦେହୁରୀ ର ପୁତ୍ର ଟୁନା ଦେହୁରୀ (୨୮) ର ଘରଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ଜଣାଯାଇଛି  । ଦନ୍ତା ହାତୀ ଟି ଖାଦ୍ୟ ଅନ୍ୱେଷଣ ପାଇଁ ଆସି ଚାଳ ଛପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଦେବା ଯୋଗୁଁ ଟୁନା ଏବଂ ତାର ପରିବାର ବର୍ତ୍ତମାନ ବେସାହାରା ହୋଇଯାଇଥିବା ବେଳେ ଅନ୍ୟ ପଡୋଶୀ ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ । ଏ ନେଇ ରେଞ୍ଜର ମନୱର ଖାନ ଙ୍କୁ ଯୋଗାଯୋଗ କରିବା ପରେ ସେ ପ୍ରକାଶ କରିଥିଲେ ଯେ ସରକାରୀ ସ୍ତରରେ ଯେଉଁ ସୁବିଧା ଅଛି ସର୍ଭେ ପରେ ଖୁବ ଶୀଘ୍ର ଯୋଗାଇ ଦିଆଯିବ ।
Leave A Reply