ବେତନଟୀ : ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି ବୈଶିଙ୍ଗା ବଜାରରେ। ମଧ୍ୟାହ୍ନ ଗୋଟାଏ ସମୟ ରେ ଭୂବନେଶ୍ଵର ରୁ ଟାଟା ଯାଉଥିବା ପାଣିକୋଚ୍ ନାମକ ଘରୋଇ ବସରେ ମାଆ ଓ ଚାରି ବର୍ଷର ଶିଶୁ ପୁତ୍ର ସହ ନିଜ ଘର ବିଜାତଳା ବ୍ଲକ ଅନ୍ତର୍ଗତ ବାଟ ଦୁମା କୁ ଯାଉଥିଲେ।ବସ କଣ୍ଡକଟର କିଛି ସମୟ ପୂର୍ବରୁ ଜାଣିବାକୁ ପାଇଲେ ଯେ ପିଲାଟି ମରିଯାଇଛି । ଏଣୁ ବୈଶିଙ୍ଗା ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଓହ୍ଲାଇ ଦେଇ ବସଟି ଟାଟା ଅଭିମୂଖେ ଚାଲିଯାଇଥିଲା।ଏଭଳି ଘଟଣା ଦେଖି ବୈଶିଙ୍ଗା ବଜାରର କିଛି ବ୍ୟବସାୟୀ ଡାକ୍ତରଖାନାକୁ ନେବା ପରେ ଡାକ୍ତର ପ୍ରଦୀପ କୁମାର କର ମୃତ ବୋଲି ଘୋଷଣା କରିଥିଲେ। ମୃତ ଶିଶୁପୁତ୍ରର ନାମ ଭୀମ ମୁର୍ମୁ ଓ ମାଆର ନାମ ଯସମି ମୁର୍ମୁ ବୋଲି ଜଣାଯାଇଛି। ପ୍ରକାଶ ଥାଉକି ମୃତ ଶିଶୁର ପିତା ରବୀନ୍ଦ୍ର ମୁର୍ମୁ ଗତ ମେ ମାସରେ ମୃତ୍ୟୁ ବରଣ କରିଥିଲେ। ଏଥିପାଇଁ ଯସମି ଭୁବନେଶ୍ଵରରେ ରହି ପକ୍କା କାମ କରୁଥିଲେ। ଛୁଆ ର କାଶ ହେବାରୁ ତାର ମାଆ ତାକୁ ନେଇ ଘରକୁ ଫେରୁଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ପାଣି କୋଚ୍ ବସଟି କେମିତି ମାଆ ଓ ପୁତ୍ର କୁ ଓହ୍ଲାଇ ଦେଇ ଚାଲିଗଲା ତାହା ବିଶ୍ୱାସ କରି ହେଉ ନାହିଁ।