Odisha news

୨୦ ପଞ୍ଚାୟତ ବାସୀ କେତେଦିନ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ

0
ବେତନଟୀ : ଶହେ ବର୍ଷର ପୁରୁଣା ବୈଶିଙ୍ଗା ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୨୦/୨୨ଟି ପଞ୍ଚାୟତ ବାସୀ ଆଜି ବି ଅବହେଳିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ସ୍ଵାଧୀନତା ପର ଠାରୁ କେତେ ସରକାର କେତେ ରାଜନେତା ଶାସନ କରି ଗଲେଣି କିନ୍ତୁ ବୈଶିଙ୍ଗା ଡାକ୍ତରଖାନା ପ୍ରତି କାହାରି ଦରଦ ଥିବା ଭଳି ମନେ ହୁଏ ନାହିଁ। ମୟୂରଭଞ୍ଜ ଗଡଜାତର ତତ୍କାଳୀନ ମହାରାଜା ବୈଶିଙ୍ଗା ଅଞ୍ଚଳବାସୀଙ୍କ ପାଇଁ ଭଗବାନ ସଦୃଶ ସାଜିଥିଲେ ବୋଲି ଲୋକେ କହୁଛନ୍ତି। କାରଣ ୧୯୨୫ ମସିହାରେ ସେ ଯେଉଁ ଡାକ୍ତରଖାନା ଘର ତିଆରି କରିଯାଇଥିଲେ ଆଜିବି ତାହା ସୁଦୃଶ୍ୟ ହୋଇ ରହିଛି।ମାତ୍ର ଲୋକ ଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ନା ଅଛି ଘର ନା ଅଛନ୍ତି ଅଭିଜ୍ଞ ଡାକ୍ତର , କେବଳ ସ୍ୱାସ୍ଥ୍ୟ ସେବା ନାମରେ ଫମ୍ପା ପ୍ରତିଶୃତି ମିଳି ଚାଲିଛି। କେତେ କେତେ ସଙ୍ଗଠନ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବୀ କରିବା ସହିତ ଅନଶନ ମଧ୍ୟ କରି ଆଇନ ଦ୍ୱାରା ଦଣ୍ଡିତ ମଧ୍ୟ ହୋଇଛନ୍ତି ତାହା ବୈଶିଙ୍ଗା ଇତିହାସ ପୁଷ୍ଠାରେ ଲିପିବଦ୍ଧ ହୋଇଛି। ଆଗରୁ ରାଜ୍ୟରେ ତିନୋଟି ମେଡିକାଲ କଲେଜ ଥିବାବେଳେ ପ୍ରତି ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ଅଭାବ ନଥିଲା। ମାତ୍ର ବର୍ତ୍ତମାନ ମାଳମାଳ ମେଡିକାଲ କଲେଜ ଥିବାବେଳେ ଅଭିଜ୍ଞ ଡାକ୍ତରଙ୍କ ବଦଳରେ ଆୟୂଷ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟସେବା ଚାଲିଥିବାର ଅଭିଯୋଗ ହେଉଛି। ବୈଶିଙ୍ଗା ଡାକ୍ତରଖାନା ଟି କଣ ସେଥିରୁ ବାଦ୍ ପଡିଯିବକି ବୋଲି ଆଲୋଚନା ହେଉଛି। ନିକଟରେ ସରକାର ଟ୍ରମା ସେଣ୍ଟର କରି ବାକୁ ପ୍ରତିଶୃତି ଦେଇ ମଧ୍ୟ ରକ୍ଷା କରି ପାରିନାହାନ୍ତି । ସେଥିପାଇଁ ଦୀର୍ଘ ଦିନ ଧରି କୁହୁଳୁଥିବା ଆସନ୍ତୋଷର ନିଆଁ ଜଳିବାକୁ ଯାଇଛି। ଖୁବ୍ ଶୀଘ୍ର ଏହି ଅସନ୍ତୋଷ ଏକ ଆନ୍ଦୋଳନର ରୂପ ନେବାକୁ ଯାଉଛି। ୨୦ଟି ପଞ୍ଚାୟତର ଜନସାଧାରଣ ଏଥିପାଇଁ ଏକ ଧାରଣରେ ବସିବା ପାଇଁ ମସୁଧା କରୁଥିବାର ଖବର ଆମ୍ଭର ହସ୍ତଗତ ହୋଇଛି ।
Leave A Reply