Odisha news

ଜନସାଧାରଣଙ୍କ ଗମନାଗମନ ର ସୁବିଧା ପାଇଁ ରାସ୍ତା ନିର୍ମାଣରେ ପ୍ରଶାସନର ଉଦାସୀନତା କାହିଁକି, ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ରାସ୍ତା ପ୍ୟାଚ୍ କାମ

0
ବେତନଟୀ :  ବେତନଟୀ ବ୍ଲକ ଅଧୀନ ରୁପ୍ସା-ବୈଶିଙ୍ଗା ଏମଡିଆର-୭୦ ରାସ୍ତାର ପ୍ରଶସ୍ତିକରଣରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣର ୨୪ଘଣ୍ଟା ନପୁରୁଣୁ ବୈଶିଙ୍ଗା ଠାରୁ ପଣସିଆ ପର୍ଯ୍ୟନ୍ତ ପିଚୁ ରାସ୍ତା ଉପରେ ପଡିଥିଲା ପ୍ୟାଚ, ତାପରେ ବି  ନିର୍ମାଣର ୩ ମାସ ନପୂରୁଣୁ ୨ ଥର ପ୍ୟାଚ ପଡିଥିଲା l ଏବେ ପୁଣି ୫-ଟି ସଚିବଙ୍କ ଗସ୍ତକୁ ଲକ୍ଷ୍ୟ କରି ରାସ୍ତାରୁ ଉଠି ଯାଇଥିବା ପିଚୁ ଜାଗାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ୟାଚ ମରା କାମ l ଏହି ରାସ୍ତା ରୁପ୍ସା ଠାରୁ ଉଦଳା ପର୍ଯ୍ୟନ୍ର ଲମ୍ବିଥିବା ବେଳେ ପୂର୍ବରୁ ୫ ମିଟର ଥିବାବେଳେ ଏବେ ନୂଆକରି ୭ ମିଟର ପ୍ରଶସ୍ତ କରାଯିଵା ନେଇ ସମ୍ପୂର୍ଣ  ସର୍ଭେ ସରିଛି l ହେଲେ ସମ୍ପୂର୍ଣ୍ଣ ରାସ୍ତାର ଟେଣ୍ଡର ଏକ ସାଙ୍ଗରେ ନହୋଇ କେବଳ ଅସ୍ତପୁରା ଠାରୁ ବୈଶିଙ୍ଗା ପର୍ଯ୍ୟନ୍ତ ୪ କିଲୋମିଟର ରାସ୍ତାକୁ ଆଗ ପ୍ରାଧାନ୍ୟ ଦିଆଯାଇ ଟେଣ୍ଡର କରାଯାଇଥିଲା ଓ ଚାରି ଜଣ ଠିକାଦାରଙ୍କୁ ଚୟନ କରି ଜଣକୁ ୫୦ଲକ୍ଷ ଟଙ୍କା ରାଶି ବିନିମୟରେ ୯୬୦ ମିଟର ଲେଖାଏଁ ରାସ୍ତା ପ୍ରଶସ୍ତ ତଥା ନୂଆକରି ତିଆରି କରିବାକୁ ଦାୟିତ୍ୱ ଦିଆଯାଇଥିଲା l ସୂଚନାନୁଯାଇ ବୈଶିଙ୍ଗା ପଟରୁ ପଣସିଆ ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା ଏଇ ମାତ୍ର ୩ ମାସ ପୂର୍ବରୁ ସମ୍ପୂର୍ଣ କରିଛନ୍ତି ଠିକାଦାର l ହେଲେ ପରିତାପର ବିଷୟ ଏହି ରାସ୍ତାର ରୂପାନ୍ତୀକରଣ ପାଇଁ ରାଜକୋଷ ରୁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହଉଥିବା ବେଳେ ନିମ୍ନମାନର ରାସ୍ତା ନିର୍ମାଣ କରି ଠିକାଦାର ମାଲେମାଲ ହେଉଛନ୍ତି l ଉକ୍ତ ରାସ୍ତା ଦେଇ ବହୁ ଉଚ୍ଚ ପ୍ରଶାସନିକ ଅଧିକାରୀ ତଥା ଲୋକ ପ୍ରତିନିଧି ପ୍ରତିଦିନ ଯାତାୟାତ କରୁଥିବା ସତ୍ୱେ କାହାର ଏ ପ୍ରତି ଦୃଷ୍ଟି ବି ପଡ଼ୁ ନଥିଲା l ପ୍ରଥମତଃ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳ ମାତ୍ର ୨୪ଘଣ୍ଟା ମଧ୍ୟରେ ଅନେକ ସ୍ଥାନରୁ ପିଚୁ ଉଠିଯାଇଥିବାର ଦେଖାଯାଇଥିଲା ଓ ତାକୁ ଠିକାଦାର ତହିଁ ପାର ଦିନ ପ୍ୟାଚ ପକାଇ ରିପ୍ୟାରିଙ୍ଗ କରି ଦେଇଥିଲେ l ପରେ  ପୁଣି ଉକ୍ତ କାର୍ଯ୍ୟର ମାସେ ବି ପୁରିନଥିବାବେଳେ ସ୍ଥାନେ ସ୍ଥାନେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ଯାଇଥିଲା l ଯୋଉଁଥିପାଇଁ ଠିକାଦାର ପୁଣି ଠାରେ ପ୍ୟାଚ ପକାଇଥିଲେ l ଏବେ ପୁଣି ଅଧିକାଂଶ ଜାଗାରେ ପିଚୁ ଉଠି ମାଟି ଦେଖାଯାଇ ଚିପ୍ସ ସବୁ ରାସ୍ତା ଉପରେ ଖେଳେଇ ଗଲାଣି ତ ଆଉ କୋଉଁଠି ରାସ୍ତାର ନୂଆ ପିଚୁ ଆବରଣ ସମ୍ପୂର୍ଣ ଉଠିଯାଇ ପୁରୁଣା ପିଚୁ ଉଠିଯାଇ ଖାଲ ସୃଷ୍ଟି ହୋଇଯାଇଥିଲା l ସମ୍ପୂର୍ଣ ଭାବେ ଚିପ୍ସ ଓ ପିଚୁର ଭାଗମାପ ଠିକ ହୋଇନଥିବାର ପରିଲିକ୍ଷିତ ହୋଉଛି l ଯାହାକୁ ନେଇ ନେଇ  ଅଂଚଳବାସୀ କ୍ଷୋଭ ପ୍ରକାଶ କରିଥିଲେ ବି କିଛି ସୁଫଳ ମିଳୁ ନଥିଲା l ହେଲେ ଆଗାମୀ ୧୨ ତାରିଖରେ ୫-ଟି ସଚିବଙ୍କ ସ୍ଥାନୀୟ ଅଞ୍ଚଳକୁ ଗସ୍ତ କାର୍ଯ୍ୟକ୍ରମ ଥିବା ଯୋଗୁଁ  ସମ୍ପୃକ୍ତ ଠିକାଦାର ଓ ପୂର୍ତ୍ତବିଭାଗ ତତ୍ପରତା ଦେଖାଇ ପୁଣି ଥରେ ରାସ୍ତା ଉପରେ ସୃଷ୍ଟି ହୋଇଥିବା ଖାଲ ବୁଜି ପ୍ୟାଚ ପକାଇବାରେ ବ୍ୟସ୍ତ ଥିବାର ଦେଖାଯାଇଛି l
Leave A Reply