Odisha news

ହିନ୍ଦୁ ନବବର୍ଷ ଅବସରରେ ବ୍ରାହ୍ମଣ ମହାସଭା

0

ବେତନଟୀ : ବୈଶିଙ୍ଗା ଥାନା ଅଧୀନ ବେଲାଣପୁରା ବାତ୍ୟା ଆଶ୍ରୟସ୍ଥଳୀ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସରରେ ଆଜି ଶୁକ୍ଳ ପ୍ରତିପଦା ବୁଧବାର ପୂର୍ବାହ୍ନ ବ୍ରାହ୍ମଣ ମହାସଭାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବେତନଟୀ ଖଣ୍ଡ, ବୈଶିଙ୍ଗା ଖଣ୍ଡ, ମାଣତ୍ରୀ ଖଣ୍ଡ, ବଡସାହି ଖଣ୍ଡ,ନଡପୁର ଖଣ୍ଡ , ଦାରିହା-କାଠପାଳ ଖଣ୍ଡର ୬୦ ରୁ ଅଧିକ କର୍ମ କାଣ୍ଡ ବ୍ରାହ୍ମଣ  ଯୋଗ ଦେଇଥିଲେ।  ବ୍ରାହ୍ମଣ ସମାଜ ସୁରକ୍ଷା ସମିତି, ବେତନଟୀ ଖଣ୍ଡର ସଭାପତି ଶ୍ରୀଯୁକ୍ତ ଗୋପୀନାଥ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବ୍ରାହ୍ମଣ ସମାଜ ଏକ ହେବା ପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ବ୍ରାହ୍ମଣ  ଚୂଡ଼ାମଣି ମହାପାତ୍ର ଯୋଗ ଦେଇ ଆଗାମୀ ଦିନର ସଙ୍ଗଠନକୁ ସୁଦୃଢ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଧର୍ମ ଜାଗରଣ ଜିଲ୍ଲା ସଂଯୋଜକ ସଂଜୀବ କୁମାର ପଣ୍ଡା ଉପସ୍ଥିତ ରହି ବ୍ରାହ୍ମଣ ସମାଜର ସୁରକ୍ଷା ,ରାଷ୍ଟ୍ରୀୟ ସୁରକ୍ଷା ଓ ସମନ୍ଵୟ ପାଇଁ ମତ ରଖିଥିଲେ। ଆଗାମୀ ରାମ ନବମୀ ରେ ପ୍ରତ୍ୟେକ ଘରେ ଘରେ ଗୈରିକ ଧ୍ଵଜା ଉଡାଇବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ। ଆମ ରାଷ୍ଟ୍ରୀୟ ଧର୍ମ ଓ ସଂସ୍କୃତି ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବା ପାଇଁ ମତ ପ୍ରକାଶ ପାଇଥିଲା। ପରିଶେଷରେ ବରିଷ୍ଠ କର୍ମକାଣ୍ଡବିତ ରାମଚନ୍ଦ୍ର ପାଣି ଶାନ୍ତିସ୍ତୁତି ପାଠ କରିବା ସହ ଅନ୍ୟବାଦ ଅର୍ପଣ କରିଥିଲେ

Leave A Reply