ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ଜନୈକା ବିବାହିତ ମହିଳାଙ୍କୁ ଗତ ବର୍ଷ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ଜଣକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା, ଜେଲରୁ ଜାମିନ ଫେରି ପୁଣି ସେହି ମହିଳାଙ୍କୁ ଧମକଚମକ ଦେବା ସହ ଟଣାଓଟରା କରିଥିବା ଅଭିଯୋଗ ନେଇ ବୈଶିଙ୍ଗା ପୁଲିସ ସେହି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ଫାଣ୍ଡି ମିରିଗିଦାରୀ ଗ୍ରାମର ପ୍ରଦୀପ ମହାନ୍ତର ପୁଅ ଅଜିତ ମହାନ୍ତ (୩୫) ସେହି ଗ୍ରାମ ର ଜନୈକା ବିବାହିତ ମହିଳାଙ୍କୁ I ଦୁଷ୍କର୍ମ କରିଥିବା ଅଭିଯୋଗରେ ଗତ ବର୍ଷ ଜେଲ ଯାଇଥିଲେ। ଜେଲରୁ ଜାମିନ ରୁ ଫେରିବା ପରେ ରାସ୍ତାରେ ସେହି ମହିଳାକୁ ପାଇ ପୁନର୍ବାର ଟଣାଓଟରା ଓ ଧମକଚମକ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟି ଥିଲା। ଏନେଇ ସଂପୃକ୍ତା ମହିଳା ଥାନାରେ ଅଭିଯୋଗ କରିବା ପରେ 6 ବୈଶିଙ୍ଗା ପୁଲିସ ଅଭିଯୁକ୍ତ ଅଜିତକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି।