Odisha news

ଜାତୀୟ ବିଚ୍ ହ୍ୟାଣ୍ଡବଲ ଦଳରେ ବ୍ରାହ୍ମପୁରର ଜିତେଶ

0
ବ୍ରହ୍ମପୁର :  ଆସନ୍ତା ୧୦ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଆସାମ ର ଗୌୱାଟି ଠାରେ ହେବାକୁ ଥିବା ଜାତୀୟ ବିଚ୍ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡିଶା ବିଚ୍ ହ୍ୟାଣ୍ଡବଲ ଦଳ ଆସାମ ଯାତ୍ରା କରିଛନ୍ତି । ଏହି ଦଳରେ ବ୍ରହ୍ମପୁର ସହର ର ଜିତେଶ ଆସାମ ଯାତ୍ରା କରିଛନ୍ତି । ଜିତେଶ ପୂର୍ବରୁ ବୋହୁ ଜାତୀୟ ହ୍ୟାଣ୍ଡବଲ ରେ ଓଂସ ଗ୍ରହଣ କରିଛନ୍ତି ଏବଂ ସେ ନିୟମିତ ଖଲିକୋଟ ଖେଳ ପଡିଆ ରେ ଏନ୍ ଆଇ ଏସ୍ କୋଚ ପ୍ରଶାନ୍ତ କୁମାର ରଥ ଙ୍କ ଠାରୁ ତାଲିମ ନେଉଛନ୍ତି । ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ହ୍ୟାଣ୍ଡବଲ ଦଳର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳ, ଜିଲ୍ଲା ହ୍ୟାଣ୍ଡ ବଲ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ସାଙ୍ଘଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧକ୍ଷ ଡାକ୍ତର ମନୋଜ କୁମାର ପାତ୍ରଙ୍କ ସହ ଅନ୍ୟ ସମସ୍ତ କର୍ମକର୍ତ୍ତା ଏବଂ ଜିଲ୍ଲାର ସମସ୍ତ ଖେଳାଳି ଶୁଭେଚ୍ଛା ଜଣାଇ ଛନ୍ତି ।
Leave A Reply