Odisha news

ଏମକେସିଜି ରେ ବର୍ଣ୍ଣ କେୟାର ୟୁନିଟ ଖୋଲିବା ଦାବିରେ ବିଜେପି ନେତା ରାମ ପାତ୍ରଙ୍କ ଆମରଣ ଅନଶନ

0
ବ୍ରହ୍ମପୁର : ଏମକେସିଜି ମେଡିକାଲ ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଫରାଲ ହସ୍ପିଟାଲ । ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଉପରେ ଗଞ୍ଜାମ ଜିଲ୍ଲା ସମେତ ବହୁ ଜିଲ୍ଲା ଜନସାଧାରଣ ସ୍ବାସ୍ଥ୍ୟ ସେବା ଉପରେ ନିର୍ଭର ଶିଳ। ହେଲେ ଏହି ବଡମେଡିକାଲ ରେ  ବର୍ଣ୍ଣ କେୟାର ୟୁନିଟ ନଥିବାରୁ ପୋଡା ଜଳା ରୋଗୀ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବା କୁ ଆସୁଥିବା ବେଳେ ଏଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି। ଫଳରେ ଗୁରୁତର ଆହତ ହୋଇ ଥିବା ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି। ଏଣୁ ଏଠାରେ ଏକ ବର୍ଣ୍ଣ କେୟାର ୟୁନିଟ ଖୋଲିବା ଦାବିରେ ଗଞ୍ଜାମ ଜିଲ୍ଲା ବିଜେପି ଉପ ସଭାପତି ରାମ ପାତ୍ରଙ୍କ  ପକ୍ଷରୁ ଆମରଣ ଅନଶନ ଦିଆଯାଇଛି। ବିଜେପିର ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ଏମକେସିଜି ମୁଖ୍ୟ ଫାଟକ ସମ୍ମୁଖରେ ଆଜି ପୂର୍ବାହ୍ନରେ ଏହି ଅନଶନ ଆରମ୍ଭ ହୋଇଛି । ଏହି ଅନଶନରେ ପିଜେପିର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ସମେତ ନିରଞ୍ଜନ ପାଣିଗ୍ରାହୀ, ବିକାଶ ପାଣିଗ୍ରାହୀ, ମନୋଜ ମହାରଣା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ ରବି ରାଓ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମଦନ ମୋହନ ପାତ୍ର, ରାକେଶ ସାବତ, ଡି. ସିରିଡ଼ି ବିକ୍ରମ, ରାଜକିଶୋର ପାତ୍ର, ଗୋପୀନାଥ ପଣ୍ଡା, ବିପିନ ଦାସ, ସରୋଜ ଦାସ, ଗୌରୀ ମହାନ୍ତି, ବିଭୁତି ଭୂଷଣ ନନ୍ଦ, ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୦ରେ  ଗୋଲାନ୍ଥରା ନିକଟ ଡଙ୍କଲପାଡୁ ଗ୍ରାମରେ ଏକ ଯାତ୍ରୀବାହୀ ବସରେ ବିଦ୍ୟୁତ ତାର ଲାଗିଯିବାରୁ ବହୁ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ସେତେବେଳେ ଏମକେସିଜିରେ ବର୍ଣ୍ଣ କେୟାର ୟୁନିଟ ଖୋଲିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଆଜି ଯାଏ ତାହା ପୂରଣ ହୋଇନାହିଁ ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।
Nalco
Leave A Reply