Odisha news

ସତ୍ୟଙ୍କ କାଠରେ ତିଆରି ଛୋଟ ରାମ ମନ୍ଦିର ଇଣ୍ଡିଆ ବୁକ ଅଫ ରେକର୍ଡସ ରେ ସ୍ଥାନ ପାଇଲା

0
ବ୍ରହ୍ମପୁର : ବାଲୁକା ଶିଳ୍ପୀ ସତ୍ୟ ନାରାୟଣଙ୍କ ବିଶ୍ଵ ର ସବୁଠାରୁ ଛୋଟ ରାମ ମନ୍ଦିର କାଠ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲା। ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କ କାଳ କୃତି ଅଯୋଧ୍ୟା ଠାରେ ଶ୍ରୀ ରାମ ଲାଲ ଙ୍କ ମନ୍ଦିର ପ୍ରତିଷ୍ଠା ସମୟ ରେ ସତ୍ୟ ନିର୍ମାଣ କରିଥିଲେ ଅଯୋଧ୍ୟା ର ଅବିକଳ ମନ୍ଦିର। ଯାହାର ଉଚ୍ଚତା ୨ସିଏମ ଓ ଓସାର ୫,ଏମ ଏମ  ରହିଛି ।ଅତି ଛୋଟ ହେଲେ ସୁଦ୍ଧା ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରିଛନ୍ତି ସତ୍ୟ। ସବୁ ସେ ମା କନ୍ଧୁଣୀ, ବୁଢ଼ୀ ଠାକୁରାଣୀ ଓ ଜଗନ୍ନାଥଙ୍କ କୃପା ରୁ ଏ ରେକଡ୍ ହୋଇପାରିଛି। ଆଗାମୀ ଦିନରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି‌।
IEC 2 years
Leave A Reply