ବ୍ରହ୍ମପୁର : ବରିଷ୍ଟ ଡକ୍ଟର ଗୋପାଳ ଚନ୍ଦ୍ର ପଟ୍ଟନାୟକ( ୬୦)ସର୍ଜରୀ ବିଶେଷଜ୍ଞଙ୍କ ସୋମବାର ମଧ୍ୟ ରାତ୍ରି ସମୟରେ ବ୍ରହ୍ମପୁରସ୍ଥିତ ନିଜ ବାସଭବନ ବାଥ୍ ରୁମ ଠାରେ ଗୋଡ଼ଖସି ପରଲୋକ ହୋଇଯାଇଛି। ପରଲୋକ ସମୟରେ ତାଙ୍କ ସ୍ତ୍ରୀ ଡକ୍ଟର ସ୍ମିତା ପଟ୍ଟନାୟକ ଏକା ଥିଲେ । ଡାକ୍ତରଙ୍କ ଦୁଇଟି ସନ୍ତାନ ବାହାରେ ରୁହନ୍ତି ପୁଅ ଶିବାଶିଷ ଓ ଝିଅ ସ୍ନିଗ୍ଧା ବାପାଙ୍କ ମୃତ୍ୟୁ ଖବର ଶୁଣି ବାଙ୍ଗାଲୋର ଓ ଗୋଆରୁ ଭାଇ, ଭଉଣୀ ଓ ଜ୍ବାଇଁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ତାଙ୍କ ଆତ୍ମୀୟ ସ୍ୱଜନ, ବନ୍ଧୁବର୍ଗ, ବହୁ ଡକ୍ଟର ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବାପରେ ତାଙ୍କ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଥିବା ବେଳେ ଛତ୍ରପୁର ଠାରେ ଶହ ଶହ ଜନତା ଶେଷ ଦର୍ଶନ କରି ତାଙ୍କ ମରଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଭୁବନେଶ୍ୱର ବିମାନ ବନ୍ଦର ଠାରେ ଡାକ୍ତରଙ୍କ ପୁଅ,ଝିଅ,ଜ୍ବାଇଁ ଓ ଶାଳକ ଡକ୍ଟର ବିଜେନ୍ ପଟ୍ଟନାୟକ ସହିତ ପରିବାର ସଦସ୍ୟମାନେ ଡକ୍ଟର ଗୋପାଳ ପଟ୍ଟନାୟକଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ଵାରକୁ ନେଇ ଅନ୍ତିମ ସଂସ୍କାର କରିଥିଲେ। ଡକ୍ଟର ଗୋପାଳ ପଟ୍ଟନାୟକ ରାୟଗଡ଼ା ଡିଏଚଏଚ ର ଯୁଗ୍ମ ନିର୍ଦ୍ଦେଶିକ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ବ୍ୟକ୍ତିତ୍ଵ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁର ବଡ଼ ହସ୍ପିଟାଲ, ଛତ୍ରପୁର ହସ୍ପିଟାଲ ଓ ରାୟଗଡ଼ା ହସ୍ପିଟାଲ ଠାରେ ଶୋକର ଛାୟା ଖେଳିଯାଇଥିଲା।