ବ୍ରହ୍ମପୁର,୧୪/୦୯; ସ୍ଥାନୀୟ ହିଲପାଟଣା ଅଞ୍ଚଳର ଯୁବକ ସ୍ୱର୍ଗତ କେ. କୋଟେଶ୍ୱର ରାଓ (ରୁବେନ୍) ଙ୍କ ୩୪ତମ ଜନ୍ମଜୟନ୍ତୀ ଗୁରୁବାର ସନ୍ଧ୍ୟାରେ ଟାଉନ ହଲ ପରିସରରେ ପାଳିତ ।ରୁବେନଙ୍କ ଉଦ୍ଦେଶ୍ୟରେ ଏକ ଆଲବମ୍ “ଫେରିଆ ମୋ ଭାଇ” ମୁକ୍ତିଲାଭ ହୋଇଛି।ଚଳିତ ବର୍ଷ ଜୁନ୍ ୨୬ ତାରିଖ ମଧ୍ୟରାତ୍ର ସମୟରେ ଏକ ଆକସ୍ମିକ ବାଇକ୍ ଦୁର୍ଘଟଣା ଘଟିବା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ମାତ୍ରାଧିକ ରକ୍ତସ୍ରାବ ହୋଇଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲରେ ପ୍ରାଣତ୍ୟାଗ କରିଥିଲେ। ମୃତ ପରେ ପରିବାର,ବନ୍ଧୁ ସୃଜନ, ସାଙ୍ଗସାଥୀ ଗହଣରେ ଶୋକର ଛାୟା ଖେଳିଯାଇଥିଲା ସମସ୍ତଙ୍କ ପାଇଁ ହୃଦୟ ବିଦାରକ ଘଟଣା ଘଟିଯାଇଛି।ଆଜିର ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ କେ. ଲକ୍ଷଣ ରାଓ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ କହିଥିଲେ ରୁବେନ ଥିଲେ ଜଣେ ଯୁବ ସୁସଂଗଠକ, ପ୍ରତିଭାବାନ ଓ ବହୁ ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଥିଲେ, ସେ ବର୍ତ୍ତମାନ ଆମ ଗହଣରେ ନାହାନ୍ତି ଏହା ଅବିଶ୍ୱସନୀୟ ପରି ଲାଗୁଥିଲେ ବି ଯାହା ବିଧିର ବିଧାନ ତାହାକୁ ମାନିବାକୁ ହେବ।ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଲେଇ ଯୋଗଦାନ କରିଥିଲେ। ଅନ୍ୟା ମାନଙ୍କ ମଧ୍ୟରେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ଅର୍ବାନ ବ୍ୟାଙ୍କ ସଭାପତି ଆର. ମୁରଲୀ ମୋହନ,ସମାଜସେବୀ ଅରକ୍ଷିତ ଜେନା, ଲଳିତ ମୋହନ ମଙ୍ଗରାଜ ସହ ବହୁ କର୍ପୋରେଟର ବୃନ୍ଦ ମଞ୍ଚଷିନ ଥିଲେ।ପ୍ରଥମେ ଅତିଥି ମାନେ ସ୍ୱର୍ଗତ ରୁବେନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି ନିମନ୍ତେ ସ୍ମୃତିଚରଣ କରିଥିଲେ । ରୁବେନଙ୍କ ୩୪ତମ ଜନ୍ମ ଜୟନ୍ତୀ ଅବସରରେ ପରିବାର ବର୍ଗ, ବନ୍ଧୁସୃଜନ ମିଶି କେକ୍ କଟିଙ୍ଗ କରିଥିଲେ। ଆରଆର ଫିଲ୍ମ୍ ତରଫରୁ ହାଇଦ୍ରାବାଦର ଅଜିତ୍ କୁମାର ଫିଲ୍ମ୍ ପକ୍ଷରୁ ରୁବେନଙ୍କ ଉଦ୍ଦେଶ୍ୟରେ ନିର୍ମିତ କରାଯାଇଥିବା ଓଡ଼ିଆ ଆଲବମ୍ “ଫେରିଆ ମୋ ଭାଇ” ମୁକ୍ତିଲାଭ କରିଥିଲା ।ପରେ ୟୁଟୁବ୍ ଦ୍ଵାରା ସାମାଜିକ ଗଣମାଧ୍ୟମ ରେ ଅପଲୋଡ଼ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାହ୍ନୁ ରାଉତ ମଞ୍ଚ ପରିଚାଳନା କରୁଥିବାବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଅନେକ ଯୁବକ ସହ ପାରିବାରର ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ।