Odisha news

ପୂର୍ତ୍ତ ବିଭାଗର ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ

0
ବ୍ରହ୍ମପୁର :  ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡ଼ା ହନୁମାନ ମନ୍ଦିର ଠାରୁ ନିମଖଣ୍ଡି,ଜଗଦଳପୁର,ବୋରିଗାଁ,ବରପଲ୍ଲି,ମହୁଲପଲ୍ଲି ଠାରୁ ଦୟାପଲ୍ଲି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତି କରଣ ନିମନ୍ତେ ୧୯ କୋଟି ୧୧ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ଏବଂ କିଛି ଦିନ ଧରି ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଥିଲା କିନ୍ତୁ ହଟାତ ନିର୍ମାଣ କାର୍ଯ୍ୟ ବନ୍ଦ କରିଦିଆ ଯିବା ସହ ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। କେବଳ ଗୋଟିଏ ବୋର୍ଡ ଲଗାଇ ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ନିମଖଣ୍ଡି,ଲୋଚାପଡା,ଜଗଦଳପୁର,ବୋରିଗାଁ,ମସିହାଖାଲି, ଦୟାପଲ୍ଲି ପଞ୍ଚାୟତର ଜନ ସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଜନ ପ୍ରତିନିଧିମାନେ ଓ ଅଞ୍ଚଳବାସୀ ରାସ୍ତା ଓ କୋଠାବାଡ଼ି ବିଭାଜନ-(୨) କୁ ବାରମ୍ବାର ଦୌଡ଼ି ଦୌଡ଼ି ଚିଠି ଲେଖି ନୟାନ୍ତ ହୋଇପଡିଥିଲେ।ପରିଶେଷରେ ସ୍ଥାନୀୟ ଅଞ୍ଚଳବାସି  ଧାରଣାରେ ବସିବା ପାଇଁ ବାଧ୍ୟ ହୋଇଥିଲେ।ଶୁକ୍ରବାର ଦିନ ଏହି ଧାରଣା ଜାରି ରହିଥିବା ବେଳେ ପୂର୍ତ୍ତ ବିଭାଗ-(୨)ର ଏସ୍.ସି ସତ୍ୟବାନ ପଟେଲ ଓ ଯନ୍ତ୍ରୀ ନିବେଦିତା ସେଠି ଧାରଣା ସ୍ଥଳକୁ ଆସି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଅବୁଝା ହୋଇପଡିଥିଲେ ଆନ୍ଦୋଳନକାରୀ। ପରିଶେଷରେ ବାଧ୍ୟ ହୋଇ ଲିଖିତ ପ୍ରତିଶୃତି ପରେ ଜନପ୍ରତିନିଧି ଏବଂ ସ୍ଥାନୀୟ ଜନତା ପୂର୍ତ୍ତ ବିଭାଗ ର ଚୁକ୍ତିକୁ ଆଧାର କରି ଆନ୍ଦୋଳନରୁ ଓହରିଥିଲେ।ଆସନ୍ତା ୦୧-୧୧-୨୦୨୩ ତାରିଖ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଯିବା ପାଇଁ ଏକ ଚିଠି ନଂ-୭୬୮୬/୦୧-୦୯-୨୦୨୩ ପ୍ରକାରେ ପୂର୍ତ୍ତ ବିଭାଗ ଲିଖିତ ଭାବେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ।ଏହି ଆନ୍ଦୋଳନରେ ନିମଖଣ୍ଡି ସରପଞ୍ଚ ଶଶି ବେହେରା,ଲୋଚାପଡା ସରପଞ୍ଚ ଏଲ୍.ମୋହନ ଦାସ,ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ,ବୋରିଗାଁ ସରପଞ୍ଚ ପ୍ରତିନିଧି କୃଷ୍ଣଚନ୍ଦ୍ର ସାହୁ,ମସିହାଖାଲି ସରପଞ୍ଚ କେ.ବୁଲୁ,ରୋହିଗାଁ ସରପଞ୍ଚ ବଶିଷ୍ଠ ଜେନା,ଲୋଚାପଡା ସମିତି ସଭ୍ୟ ଚଣ୍ଡୀଚରଣ ସାହୁ,ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବେହେରା,ଲୋଚାପଡା ସରପଞ୍ଚ ଏଲ ମୋହନ ଦାସ, ୱାର୍ଡ ମେମ୍ବର ସମିର କୁମାର ରଥ,ମହନ୍ତ ଚିନ୍ମୟାନନ୍ଦ ଦାସ,ଏଲ୍.ପୁରୁଷୋତ୍ତମ ପାତ୍ର,ଲିଟୁ ବେହେରାଙ୍କ ସମେତ ବହୁ ନେତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଏସଆଇ ଜ୍ୟୋତି ରଞ୍ଜନ ବେହେରା ଉପସ୍ଥିତ ରହି ବୁଝାସୁଝା କରିଥିଲେ।
Leave A Reply