Odisha news

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା  “ଜିଲ୍ଲା ସ୍ତରୀୟ ଆଇନଗତ ସାହିତ୍ୟ ମହୋତ୍ସବ” ଅନୁଷ୍ଠିତ।।

0
ବ୍ରହ୍ମପୁର : ଜିଲ୍ଲାକୋର୍ଟ ପରିସରରେ  ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଜିଲ୍ଲା ସ୍ତରୀୟ ଆଇନଗତ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ମହୋତ୍ସବ ଟି ପ୍ରବନ୍ଧ,ଯୁକ୍ତିତର୍କ,ଚିତ୍ରାଙ୍କନ ଏବଂ ବ୍ୟଙ୍ଗ ନାଟକ ଉପରେ ଆଧାରିତ ଥିଲା l ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଯଥା ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସରକାରୀ ବିଦ୍ୟାଳୟରୁ ବଛା ବଛା ପ୍ରାୟ 160 ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତା ମାନ ଓଡିଆ ଏବଂ ଇଂରାଜୀ ଭାଷାରେ ଆୟୋଜନ କରାଯାଇଥିଲା l ପ୍ରତି ପ୍ରତିଯୋଗିତାରେ ତିନିଜନ ଲେଖାଏଁ ସିଲେକ୍ସନ କମିଟି ମେମ୍ବର ଯଥା, ସୁବୋଧ ପଟ୍ଟନାୟକ, ଡ଼ ମିନାକ୍ଷୀ ଦେବୀ, ଟି. ସୁଶାନ୍ତ, ଉଜ୍ବଳ କୁମାର ସାହୁ, ସୁଜାତା ମହାରଣା,ସିଭିଲ ଜର୍ଜ ସିନିଅର ଡିଭିଜନ ବ୍ରହ୍ଣପୁର ଶ୍ରୀ ପଦ୍ମଲୋଚନ ବଡ଼ଜେନା ଏବଂ ସି.ଜେ.ଏମ ବ୍ରହ୍ମପୁର ବିଷ୍ଣୁ ପ୍ରସାଦ ମିଶ୍ର ଉପସ୍ଥିତ ରହି ପିଲାମାନଙ୍କ ଉପସ୍ଥାପନା ଉପରେ ବିଚାରକ ଭାବେ ନିର୍ଣ୍ଣୟ କରୁଥିଲେ l ଏହିପରି ଭାବେ ସମସ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ରଖି କୃତ କାର୍ଯ୍ୟ  କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ନ୍ୟାୟିକ ଅଧିକାରୀଗଣଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା l ଏହି ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଦୌରା ଜର୍ଜ  କମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀ,ପୋକସୋ ଜର୍ଜ ବ୍ରହ୍ମପୁର ଶ୍ରୀ ପ୍ରଭାତ କୁମାର ରାଜଗୁରୁ, ସି.ଜେ.ଏମ ବ୍ରହ୍ମପୁର ବିଷ୍ଣୁ ପ୍ରସାଦ ମିଶ୍ର, ଏ.ସି.ଜେ.ଏମ ବ୍ରହ୍ମପୁର ଶ୍ରୀ ଅଲେଖ ପ୍ରଧାନ, ରେଜିଷ୍ଟର ସିଭିଲ କୋର୍ଟ ବ୍ରହ୍ମପୁର ଶ୍ରୀ ସୁଶାନ୍ତ କୁମାର ମିଶ୍ର ଏବଂ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ଦେବଶ୍ରୀ ସାହୁ ଆଦି ଉପସ୍ଥିତ ରହିଥିଲେ l ତେବେ ପାରାଲିଗାଲ ସ୍ୱେଚ୍ଛାସେବୀ ଜ୍ୟୋଷ୍ଣା କୁମାରୀ ସାହୁ ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ବହୁ ମାତ୍ରାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ l
Leave A Reply