Odisha news

ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉପରେ ପ୍ରସ୍ତୁତି ବୈଠକ

0
ବ୍ରହ୍ମପୁର : ଆସନ୍ତା ମାସ ୩୧ ତାରିଖ ରେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଙ୍କ ଅଧ୍ୟକ୍ଷତାରେ ନିଗମ ପରିସର ସ୍ଥିତ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା, କମିଶନର ଜେ ସୋନାଲ, ଡେପୁଟି ମେୟର ବିବେକ ରେଡ୍ଡି, ସହକାରୀ କମିଶନର ସନ୍ଦିପ କୁମାର ରାଉତ, ଡେପୁଟି କମିଶନର ଆଶୀର୍ବାଦ ପରିଡା, ଡେପୁଟି କମିଶନର ବିନୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ୱାୟତ୍ତ ଶାସନ ଦିବସ ପାଳିତ ଉପରେ ଆଲୋଚନା କରି ବିଭିନ୍ନ ମତବ୍ଯକ୍ତ କରିଥିଲେ।
ଏହି ଦିବସ ପାଳନ କରିବା ପାଇଁ ସମସ୍ତ କର୍ପୋରଟର ମାନଙ୍କ ସହଯୋଗ କରିବା ସହିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମିଟି ଗଠନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ନିମନ୍ତେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ୪୨ ଟି ୱାର୍ଡର ସମସ୍ତ  କର୍ପୋରଟର ୩୧ ଅଗଷ୍ଟ କୁ କେମିତି ଅତି ସୁନ୍ଦର ସୁରୁଖୂରୁରେ ପରିଚାଳନା କରିବେ ତାର ଉପରେ ଆଲୋଚନା କରିଥିଲେ। ସହର ର ରାସ୍ତା ଘାଟ ଓ ଡ୍ରେନେଜ ସିଷ୍ଟମ ସହିତ ଆଲୋକ ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ,ସହର ସୌଚାଳୟ ଅବ୍ୟବସ୍ଥା ସହିତ ଆବସ ଯୋଜନା ରେ ବହୁ ଉପଯୁକ୍ତ ହିତାଧୀକାରୀ ଏଥିରୁ ବଞ୍ଚିତ ହେଉଛନ୍ତି ବୋଲି ବହୁ କର୍ପୋରେଟର ଆଜିର ବୈଠକରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ସ୍ବୟଂସହାୟକ ମହିଳା ମାନଙ୍କ ପକ୍ଷରୁ ବିଭିନ୍ନ ଷ୍ଟଲ ଲଗାଯିବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ। ମହାନଗର ନିଗମ ପକ୍ଷରୁ ବିଭିନ୍ନ ଯୋଜନା କୁ ଲୋକାଭିମୁଖି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମେୟର ସଂଘମିତ୍ରା ଦଳେଇ ମତବ୍ଯକ୍ତ କରିଥିଲେ। ସହର ଉପରେ ନିର୍ଭର ଶୀଳ ଲୋକଙ୍କ ପାଇଁ ସୌଚାଳୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଆଜି ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା, କମିଶନର ଜେ ସୋନାଲ, ଡେପୁଟି ମେୟର ବିବେକ ରେଡ୍ଡି, ସହକାରୀ କମିଶନର ସନ୍ଦିପ କୁମାର ରାଉତ, ଡେପୁଟି କମିଶନର ଆଶୀର୍ବାଦ ପରିଡା, ଡେପୁଟି କମିଶନର ବିନୋଦ କୁମାର ବେହେରା ଙ୍କ ସମେତ କର୍ପୋରଟର ନିଳକଣ୍ଠ ସାହୁ,ସୁରେନ୍ଦ୍ର କୁମାର ମହାରଣା,ପ୍ରଦୀପ ଶତପଥୀ,ଦୁର୍ଗା ଲାୟକ, ସବିତା ସାହୁ,ସନ୍ଧ୍ୟା ରାଣୀ ସୁକ୍ଳା,ଟି ତ୍ରିପତି ପାତ୍ର,ସମୀର ମିଶ୍ର, ସୁରେନ୍ଦ୍ର ମହାରଣା, ପ୍ରଦିପ ଶତପଥୀ,ପ୍ରଶାନ୍ତ କୁମାର ପଟ୍ଟନାୟକ,ସଞ୍ଜିତ କୁମାର ପାଣିଗ୍ରାହୀ,ଜେ ଶ୍ରୀନୁ,ଟି କିଶୋର ପାତ୍ର, ଧିରେଶ କୁମାର ସାବତ, ସୂର୍ଯ୍ୟ କାନ୍ତ ସୁବୁଦ୍ଧିଙ୍କ ସମେତ ବହୁ କର୍ପୋରଟର ଓ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
Leave A Reply