ଵ୍ରହ୍ମପୁର,୨୮/୬- ଅତିରିକ୍ତ ଜିଲା ଦୌରା ଜଜ-୧ ଡ. ଇନ୍ଦୁ ଶର୍ମା ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ସେ ଜଣେ ଅଭିଯୁକ୍ତଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ଗଞ୍ଜେଇ ଚାଲାଣକାରୀ ଜଣଙ୍କ ବିହାର ର ପାଟଣା ଅଞ୍ଚଳର ନିରଜ କୁମାର। ସେ ଗିରଫ ପରଠାରୁ ଵ୍ରହ୍ମପୁର ମଣ୍ଡଳକାରାଗାର (ଜେଲ)ରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଘଟଣାରୁ ପ୍ରକାଶ ଯେ, ୨୦୨୧ ଡିସେମ୍ବର ୧୦ ତାରିଖରେ ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା। ତଥ୍ୟ ଆଧାରରେ ଏକ ଟିମ ଗୁଡ୍ସସେଡ଼ ରୋଡରେ ଚଢଉ କରି ଦୁଇଟି ବସ୍ତାରୁ ୩୧କେଜି ଗଞ୍ଜେଇ ଜବତ କରିଥିଲା। ଗଜପତି ରୁ ଗଞ୍ଜେଇ ଆଣି ବ୍ରହ୍ମପୁରରୁ ଟ୍ରେନ ଯୋଗେ ବିହାର ଚାଲାଣ ହେବା ପୂର୍ବରୁ ଟିମ ଚାଲାଣକାରୀଙ୍କୁ କାବୁ କରିଥିଲା। ମାମଲା ନମ୍ବର ୫୭/୨୧ ରେ ଅଭିଯୁକ୍ତ ନିରଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲାର ବିଚାରଣା ବେଳେ ୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଅଭିଯୁକ୍ତଙ୍କୁ କଢ଼ା ସୁରକ୍ଷାରେ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀ ମାନଙ୍କ ବୟାନ କୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ନରସିଂହ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।
