Odisha news

ଠାକୁରତୋଟା ରେଳ ଷ୍ଟେସନ ପରିଦର୍ଶନରେ ସାଂସଦ ଏବଂ ବିଧାୟକ

0
ବେତନଟୀ : ସାରା ଭାରତ ବର୍ଷରେ ରେଳ ର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଲୋକାଭିମୁଖୀ କରିବା ପାଇଁ ବିକାଶର ଧାରାକୁ ଉଦଯୀବିତ କରିବା ତଥା ଜନସାଧାରଣଙ୍କର  ମୌଳିକ ଅଧିକାରକୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ଠାକୁରତୋଟା ରେଳ ଷ୍ଟେସନ ପରିଦର୍ଶନରେ ଆସିଥିଲେ। ଏହି ଷ୍ଟେସନ କୁ ଏକ ଜଙ୍କସନ କରାଯିବା ସହିତ ଦକ୍ଷିଣ-ପୂର୍ବ ରେଳପଥର ନୂଆଗାଁ ଷ୍ଟେସନଠାରେ ସଂଯୋଗୀକରଣ କରାଯିବା ପାଇଁ ହୋଇଥିବା ସର୍ଭେ ର ତଦାରଖ କରିଥିଲେ। ଏଥିସହିତ ଠାକୁର ତୋଟା ରେଳ ଷ୍ଟେସନର ଯାତ୍ରୀ ମାନଙ୍କର ବିଭିନ୍ନ ପ୍ରକାରର ସୁବିଧା ଯୋଗାଇଦେବା ପାଇଁ ଜନସାଧାରଣଙ୍କ ତରଫରୁ ଦିଆଯାଇଥିବା ଦାବି ପତ୍ରକୁ ଗ୍ରହଣ କରିଥିଲେ। ଏହି ରେଳ ଷ୍ଟେସନରେ ଭଞ୍ଜ ପୁର- ପୁରୀ ସୁପରଫାଷ୍ଟ ଏବଂ ଭଞ୍ଜପୁର-ସାଲିମାର ରେଳ ରହଣୀ ପାଇଁ ଦିଆଯାଇଥିବା ଦାବି ପତ୍ର କୁ ବିଚାରକୁ ନିଆଯିବ ବୋଲି ଶ୍ରୀଯୁକ୍ତ ଷଡଙ୍ଗୀ ପ୍ରକାଶ କରିଥିଲେ। ତାଙ୍କ ସହିତ ସ୍ଥାନୀୟ ବିଧାୟକ , ଗ୍ରାମବାସୀ କାହ୍ନୁଚରଣ ପତି, ମନୋରଞ୍ଜନ ଉପାଧ୍ୟାୟ, ଉତ୍ତମ ପଣ୍ଡା, ଶ୍ରୀଧର ସେଠୀ , ରବିନ୍ଦ୍ର କୁମାର ଦାସ , ସୋମନାଥ ବେହେରା , ତପସ ସାହୁ , ରଞ୍ଜନ କୁମାର ପାଢୀ , ଶରଣେଷ୍ଵର ବେହେରା, ଘନଶ୍ୟାମ ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ପୂର୍ବାପେକ୍ଷା ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି ସାଂସଦ  ଶ୍ରୀଯୁକ୍ତ ଷଡଙ୍ଗୀ ପ୍ରକାଶ କରିଛନ୍ତି।

Leave A Reply