Odisha news

କର୍ପୋରେଟର ମଳୟ ବିଷୋୟୀଙ୍କୁ ହତ୍ୟା ଧମକ ଥାନାରେ ଅଭିଯୋଗ, ଆଇଜିଙ୍କୁ ଭେଟିଲେ

0
ବ୍ରହ୍ମପୁର, ୧/୬- ଆଇନୀଜୀବୀ ତଥା କର୍ପୋରେଟର ମଳୟ ବିଷୋୟୀଙ୍କୁ ବିଜେପି ନେତ୍ରୀ ଅନୁଜା ନନ୍ଦ ବିଶ୍ୱାଳ ଲକ୍ଷାଧିକ ଟଙ୍କା ମାଗିବା ସହ ବିଭିନ୍ନ ଧମକ ଦେଉଥିବା ନେଇ ଆଜି  ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି  । ପରେ ମଳୟ ତାଙ୍କ ଅଭିଯୋଗ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। କର୍ପୋରେଟର ମଳୟ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ , ୨୦୨୨ ମାର୍ଚ୍ଚରେ ହୋଇଥିବା ମହାନଗର ନିଗମ ନିର୍ବାଚନର ୫ ଦିନ ପୂର୍ବରୁ ଅନୁଜା ନନ୍ଦ ବିଶ୍ବାଳଙ୍କ ଗାଡି କେହି ଦୁର୍ବୃତ୍ତ ପୋଡି ଦେଇଥିଲେ।  ଏ ନେଇ ଅନୁଜା କର୍ପୋରେଟର ମଳୟଙ୍କ ଘର ନିକଟକୁ ଆସି ଉଚ୍ଚ ସ୍ୱରରେ ତମେ ହିଁ କାର ପୋଡ଼ିଦେଇଛ କହି ପାଟିତୁଣ୍ଡ କରିଥିଲେ । ଏପରି କି ଜୀବନରେ ମାରିଦେବେ ବୋଲି  ହତ୍ୟା ଧମକ ଦେଇଥିଲେ । ଏଥିସହ ୫ ଲକ୍ଷ ଟଙ୍କା ମାଗିଥିବା ନେଇ ଅଭିଯୋଗ ପତ୍ରରେ କର୍ପୋରେଟର ଉଲ୍ଲେଖ କରିଛନ୍ତି । ଏପରି କି କୌଣସି ଏକ ୱେବ ସଂସ୍ଥାର ମୁଖ୍ୟ କହି କର୍ପୋରେଟର ମଳୟଙ୍କୁ ଧମକ ଚମକ ହୋଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ।  କର୍ପୋରେଟର ଅନୁଜାଙ୍କୁ କହିଥିଲେ ଯେ ଥାନାରେ ଏତଲା ଦେବା ସହ ଏସ୍‌ପିଙ୍କୁ ଭେଟିବାକୁ କହିଥିଲେ। ଏହିକ୍ରମେ ଅନୁଜା ଥାନାରେ ଏତଲା ଦେଲେ ଏବଂ ଏସ୍‌ପିଙ୍କୁ ଭେଟି ଗୁହାରି କଲେ। କିନ୍ତୁ ପୁନର୍ବାର କର୍ପୋରେଟର ମଳୟଙ୍କୁ ସେ ଟଙ୍କା ମାଗିବା ଆରମ୍ଭ କଲେ। ସେବେଠାରୁ ଅନୁଜା ମଝିରେ ମଝିରେ  ଫୋନ କରି ଟଙ୍କା ମାଗିବା ସହ  ବ୍ଲାକ ମେଲ କରୁଛନ୍ତି ବୋଲି ମଳୟ ଅଭିଯୋଗ କରିଛନ୍ତି । ଏବେ ୫ ଲକ୍ଷ ବଦଳରେ ୧୦ ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ମଳୟ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାକୁ ନେଇ ଆଜି କର୍ପୋରେଟର ମଳୟ ବିଷୋୟୀ ପ୍ରଥମେ ବୈଦ୍ୟନାଥପୁର ଥାନା ଅଧିକାରୀ,ପରେ ଏସପି ଅନୁପସ୍ଥିତରେ ଏଏସପି ଓ ଶେଷରେ ଆଇଇଜିଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଏତଲା ଦେବା ସମୟରେ  କର୍ପୋରେଟର ମଳୟ ବିଷୋୟୀଙ୍କ ସମେତ ସୋନାଲି ଗନ୍ତାୟତ, ଶ୍ବେତାରେଖା ତ୍ରିପାଠୀ, କାଦମ୍ବରି ଦାସ, ପଦ୍ମିନୀ ମିଶ୍ର, ପାର୍ବତୀ ପ୍ରଧାନ, ଗୀତାରାଣୀ ପଣ୍ଡା, ପୁଷ୍ପାବତୀ, ବିଷ୍ପୁପ୍ରିୟା, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଦୁର୍ଗା କୁମାର ନାୟକ, ତିରୁପତି ପାତ୍ର, ସୁରେନ୍ଦ୍ର ମହାରଣା, ନୀଳକଣ୍ଠ ସାହୁ, ସନ୍ତୋଷ କୁମାର ସେଠୀ, ସମୀର କୁମାର ମିଶ୍ର, ଅଶ୍ବିନୀ ପଟ୍ଟନାୟକ, ଜାମୁଲା ଶ୍ରୀନୁ, ଚିତ୍ରସେନ ମହାପାତ୍ର, ପୂର୍ବତନ କର୍ପୋରେଟର ମୂରଲୀ ମୋହନ ଓ ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply