Odisha news

ଆତ୍ମହତ୍ୟା କରୁଥିଲେ ଅଚିହ୍ନା ଯୁବକ: ରକ୍ଷା କଲେ ଅନିଲ

0

ନିରାକାରପୁର,୧/୬: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଫାଟକ ର ଦକ୍ଷିଣ ଦିଗକୁ ଆଜି ସନ୍ଧ୍ୟା ବେଳେ ଡାଉନ୍ ରେଳ ଧାରଣାରେ ଡି ଏମ ୟୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ଜଣେ ଅଚିହ୍ନା ଯୁବକ ହଠାତ୍ ରେଳ ଧାରଣାରେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଶୋଇ ଥିଲେ। ଏହାକୁ ଦେଖି ନିରାକାରପୁର ଜଣେ ଯୁବନେତା ଅନିଲ କୁମାର ସେନାପତି ନିଜେ ଜୀବନକୁ ବାଜି ଲଗାଇ ଟ୍ରେନ ପାଖାପାଖି ଆସି ଯାଇଥିବା ବେଳେ ଆତ୍ମହତ୍ୟା କରୁଥିବା ବ୍ୟକ୍ତି ଙ୍କୁ ଟେକି ଆଣିଥିଲେ। ପରେ ଆହତ ହୋଇଥିବା ଯୁବକଙ୍କୁ ରେଳବାଇ ପୋଲିସ ୧୦୮ ଆମ୍ବୁଲାନ୍ସ ଦ୍ଵାରା ଚିକିତ୍ସା ପାଇଁ ପଠାଇଛନ୍ତି। ସେଠାରେ ଅନ୍ୟ କିଛି ଯୁବକ ମାନେ ଆହତ ଯୁବକ ଙ୍କୁ ରେଳ ଧାରଣାରୁ ଉଠାଇ ଆମ୍ବୁଲାନ୍ସ ରେ ଚଢ଼ାଇଥିଲେ।

IEC 2 years
Leave A Reply