ବ୍ରହ୍ମପୁର : ସୁରଳ ଗ୍ରାମ ଠାରେ ମହାପ୍ରଭୁ ନୃସିଂହ ଙ୍କ ଜନ୍ମ ଦିନ ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କ ପକ୍ଷରୁ ବାଲୁକା କଳା ମାଧ୍ୟମ
ରେ ନୃସିଂହ ଭଗବାନ ଏକ ମୁଣ୍ଡ ମୂର୍ତ୍ତି ପ୍ରଦର୍ଶନ କରିଥିଲେ। ସୁରାଳ ବଡ଼ସାହି ଠାରେ ନୃସିଂହ ମନ୍ଦିର ର ପ୍ରତିଷ୍ଠା ଉଛବ ଚାଲିଥିବା ବେଳେ ଏହି ପ୍ରଦର୍ଶନୀରେ
ଦିଗାମ୍ବର, ଗୋବିନ୍ଦ , ଦେବ ଓ କୁଳ ଜମା ସାହି ଯୁବକ ସଂଘ ଉପସ୍ଥିତ ରହିଥିଲେ। ସତ୍ୟ ଙ୍କ କଳା କୁ ଅଞ୍ଚଳ ବାସୀ ଭୂରି ଭୂରି ପ୍ରଶଂସା କରିଥିଲେ।