Odisha news

ଶ୍ରମିକ ଏକତା ହିଁ ବଳ ତାଳଚେର ଖଣିରେ ୧୯୩ ମିଲିୟନ୍‌ଟନ୍ କୋଇଲା ଉତ୍ପାଦନ ରେର୍କଡ଼

0

ତାଳଚେର ତା ୦୨/୦୫ ତାଳଚେର କୋଇଲା ଖଣିର ସମସ୍ତ ଶ୍ରମିକ, ଟ୍ରେଡ଼୍‌ୟୁନିୟନ, ଠିକାଶ୍ରମିକ, କର୍ମଚାରୀ, ଅଧିକାରୀ, କ୍ଷତିଗ୍ରସ୍ତପ୍ରଜାଙ୍କ ମିଳିତ ଉଦ୍ୟମରେ ୨୦୨୨-୨୩ରେ ୧୯୩ ମିଲିୟନଟନ୍ କୋଇଲା ଉତ୍ପାଦନ କରି ରେର୍କଡ଼ ସୃଷ୍ଟି କରି ପାରିଛି ବୋଲି ଖଣି ନିର୍ଦ୍ଦେଶକ ଟେକ୍‌ନିକାଲ୍ ଯୁଗଳ କୁମାର ବୋରା ଶ୍ରମିକ ଦିବସରେ ଏହା ପ୍ରକାଶ କରିବା ସହ ସମସ୍ତଙ୍କୁ ଏଥିନେଇ ସାଧୁବାଦ୍ ଜ୍ଞାପନ କରିଥିଲେ । ମେଁ ୦୧ ଶ୍ରମିକ ଦିବସ ଅବସରରେ ଜଗନ୍ନାଥ ଜିିଏମ ଅଶୋକ କୁମାର ଧଳଙ୍କ ତତ୍ୱାବଧାନରେ ତାଳଚେର ସାଉଥବଲଣ୍ଡା ସ୍ଥିତ ଜଗନ୍ନାଥ କଲ୍ୟାଣୀମଣ୍ଡପ ଠାରେ ଆୟେଜିତ ଏକ ବିଶାଳ ଶ୍ରମିକ ସମାବେଶ ସଭାରେ ଖଣି ନିର୍ଦ୍ଦେଶକ ଫାଇନାନ୍ସ ଅଜିତ କୁମାର ବେଉରା, ଆଇଏନଟିୟୁସି ଶ୍ରମିକନେତା ସୌଭାଗ୍ୟ ପ୍ରଧାନ, ବିଏମଏସ ନେତା ଅରୁଣ ପ୍ରଧାନ, ଏଆଇଟିୟୁସି ନେତା ଅନିଲ୍ ଚକ୍ରବର୍ତୀ, ଏଚଏମଏସ୍ ନେତା କୃଷ୍ଣଚନ୍ଦ୍ର ପାତ୍ର, ଅଫିସର ଆସୋସିଏସନ୍ ଡ଼ାକ୍ତର ସାହୁ, ଆଦିବାସୀନେତା କୁଞ୍ଜବନ ବେହେରା ଶ୍ରମିକ ମାନଙ୍କୁ ଧନ୍ୟବାଦ୍ ଦେବାସହ ସମାବେଶରେ ଯୋଗଦେଇ ଶ୍ରମିକମାନଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପପ୍ରଜ୍ଜ୍ୱଳନ କରିବାପରେ ଅତିଥି ପରିଚୟ ପ୍ରଦାନ ସହ ଅତିଥିମାନଙ୍କୁ ସମ୍ମାନୀତ ଓ କୋଇଲା ଖଣିରେ କାର୍ଯ୍ୟରତ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୋଇଲା ଖଣି ଗୁଡ଼ିକର ସମସ୍ତ ଜିଏମ, ଏପିଏମ, ଷ୍ଟାପ ଅଫିସର୍‌, ପରଶୋନାଲ ଅଫିସର୍ ଓ ଅନ୍ୟାନ୍ୟ କର୍ମଚାରୀ ସହ ଖଣିଗୁଡ଼ିକର ସମସ୍ତ ଶ୍ରମିକମାନେ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।

Leave A Reply