Odisha news

ବଡ଼ପୋଖରିଆ-ଦିଘା କୋଷ୍ଟାଲ ହାଇୱେ ର ନିର୍ମାଣ ପ୍ରକ୍ରିୟା ଆରମ୍ଭ

0
 ନିରାକାରପୁର : ପ୍ରକଳ୍ପ ଘୋଷଣା ହେବାର ପ୍ରାୟ ୮ ବର୍ଷ ପରେ କୋଷ୍ଟାଲ ହାଇୱେ ପ୍ରକଳ୍ପ ଏନଏଚ ୩୧୬ (କ) ର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂତନ ଅନୁମୋଦିତ ନକ୍ସା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ନିକଟ ସୁନେଇ ରୁପେଇ ମନ୍ଦିର ପାଖରୁ ବାହାରି ମୋରମରସିଂହ , କୃଷ୍ଣପୁର ପାଟଣା , ଗଡଖାରଦ , ଦେଇପୁର , ତେଲେଙ୍ଗାପଡା , ବିନ୍ଦିପୁର , ବଡାଲ , ସାହସପୁର , ଜାଗୁଳାଇପାଦର , ଗଡ଼ିଶାଗଡା , ଆଳିବାଡ , ହରିପୁର , କରମଳା ଦେଇ ବ୍ରହ୍ମଗିରି ଦେଇ କୋଣାର୍କ , ପାରାଦୀପ , ଧାମରା ଛୁଇଁ ଦିଘା ପର୍ଯ୍ୟନ୍ତ ଯିବ ।ଏଥି ପାଇଁ ସମସ୍ତ ପ୍ରକାର ର ନୋଟିଫିକେସନ ବାହାରି ସାରିଛି ।ଏବେ ଚୂଡାନ୍ତ ହୋଇ ଥିବା ଜମି ଗୁଡିକରେ ଜାତୀୟ ରାଜପଥ ବିଭାଗ ପକ୍ଷ ରୁ ହଳଦିଆ ଖୁଣ୍ଟ ମାନ ପୋତା ଚାଲିଛି ।ଆରମ୍ଭ ସ୍ଥାନରୁ ପୋତା ଯାଇଥିବା ଖୁଣ୍ଟ ର ଦୂରତା ଏବଂ ଡାହାଣ କି ବାମ ପାର୍ଶ୍ୱ ଖୁଣ୍ଟ ରେ ଉଲ୍ଲେଖିତ କରାଯାଇଛି ।ଖୁବ ଶୀଘ୍ର ଜାତୀୟ ରାଜପଥ ବିଭାଗ ତରଫ ରୁ ଏହି ଜମି ଗୁଡିକ ବିଧି ବଧ ଭାବେ ଅଧିକୃତ କରାଯାଇ ଟେଂଡର ପାଇଥିବା କମ୍ପାନୀ କୁ ଦିଆ ଯିବ ଏବଂ ଜାତୀୟ ରାଜପଥ ର ନିର୍ମାଣ ଆରମ୍ଭ ହେବ । ଏଥି ନେଇ ଏହି ଅଂଚଳ ର ଲୋକ ଙ୍କ ମନ ରେ ଉତ୍ସାହ ଭରି ଯାଇଛି । ଏହାକୁ ଏକ ୪ ଲେନ ବିଶିଷ୍ଟ ଓସାର ୪୫ ମିଟର ଜାତୀୟ ରାଜପଥ ଭାବେ ନିର୍ମାଣ କରାଯିବ ।ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କର ଭାରତମାଳା ଯୋଜନା ରେ ଅନ୍ତର୍ଭୁକ୍ତ । ଏଥି ପାଇଁ ପ୍ରାୟ ୧୦ ହଜାର କୋଟି ଖର୍ଚ କାରାଯିବା ର ବ୍ୟବସ୍ଥା କରାଯାଇଛି।ଏହା ଏକ ସମ୍ପୂର୍ଣ ଗ୍ରୀନଫିଲଡ ପ୍ରକଳ୍ପ ଅଟେ । ଏହି ରାସ୍ତା ଟି ସମ୍ପୂର୍ଣ ତିଆରି ହୋଇ ସରିଲା ପରେ ଜାତୀୟ ରାଜପଥ ୧୬ ରୁ ପାରାଦୀପ , ଧାମରା ଏବଂ ପୁରୀ ଯାଉଥିବା ସମସ୍ତ ଭାରୀଯାନ ତଥା ପର୍ଯ୍ୟଟକ ଗାଡି ଗୁଡିକ ଏହି ବାଟ ଦେଇ ଯିବ ।

Leave A Reply