Odisha news

ଆତଙ୍କରାଜ ଖେଳେଇବା ଅଭିଯୋଗରେ ୪ ଗିରଫ

0

ଵ୍ରହ୍ମପୁର  ୧୮/୨-  ଶୁକ୍ରବାର ରାତ୍ର ଗୋଶାଣିନୁଆଗାଁ ଅଞ୍ଚଳରେ ଏକ ଅପରାଧୀ ଗୋଷ୍ଠିର କେତେକ ଯୁବକ ଆତଙ୍କ ରାଜ ଖେଳାଇଥିଲେ।ପୋଲିସ ସେଠାରେ ଚଢ଼ାଉ କରି ୪ଜଣ ଯୁବକଙ୍କୁ ଧରିଛି। ଅଭିଯୁକ୍ତ ମାନେ ହେଲେ ଶୁଭମ ଚୌଧୁରୀ(୧୯), ଵିଶାଲ ପାଣିଗ୍ରାହୀ(୨୩), ଉମେଶ ଚନ୍ଦ୍ର ରଥ(୨୧) ଓ ବଳିଆ ସାହୁ(୧୯)। ମାମଲା ନମ୍ବର ୫୦/୨୩ ରେ ସେମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ପରେ କୋର୍ଟ ନିର୍ଦେଶ ଅନୁଯାଇ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।  ଶୁକ୍ରବାର ରାତ୍ର  ବାଲାଜିନଗରରେ ଏକ ବଡ ଧରଣର କାଣ୍ଡ ଘଟିବା ପୂର୍ବରୁ ପୋଲିସ ତାକୁ ପ୍ରତିହତ କରିଛି ବୋଲି କହିଛି। ସେହିପରି ଏହି ଘଟଣାର ତଦନ୍ତ ପୋଲିସ ଜାରି ରଖିଛି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତ୍ର ବାଲାଜିନଗର ଛକରେ କାଳିଆ କୋଠିଆ ଓ ତାଙ୍କର କେତେକ ସାଙ୍ଗ ବସିଥିଲେ। ସେଠାରେ ଉପରୋକ୍ତ ଅଭିଯୁକ୍ତ ମାନେ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପହଞ୍ଚିଥିଲେ। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସେମାନେ ସେଠାରେ କାଳିଆଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ହେଲେ କାଳିଆ ଓ ତାଙ୍କ ସାଙ୍ଗ ମାନେ ସେଠାରୁ ଖସି ପଳାଇଥିଲେ। ଅଭିଯୁକ୍ତ ମାନେ ସେଠାରେ କିଛି ସମୟ ଧରି ଆତଙ୍କରାଜ ଖେଳାଇବା ସହ ସାଧାରଣ ଲୋକଙ୍କୁ ଭୟଭୀତ କରିଥିଲେ। ଏହାକୁ ନେଇ ଅଞ୍ଚଳବାସୀ ନିଜ ନିଜର କବାଟ ବନ୍ଦ କରି ଘରେ ରହିଥିଲେ। ସେଠାରେ କୋକୁଆ ଭୟ ଖେଳି ଯାଇଥିଲା। ଗୋଶାଣିନୁଆଗାଁ ପୋଲିସ ଖବର ପାଇ ସେଠାରେ ପହଞ୍ଚି ୪ଜଣ ଯୁବକଙ୍କୁ କାବୁ କରିଥିଲା।

Nalco
Leave A Reply