ଏରସମା ୧୮/୨ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠରେ ଗ୍ରାମେଶ୍ୱର ମହାଦେବଙ୍କ ମହାଶିବରାତ୍ରି ଓ ଜାଗର ମେଳା ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ସକାଳ ୪ଟା ୧୦ରୁ ପହୁଡ଼ ଫିଟା ଯାଇ ମଙ୍ଗଳ ଆଳତି କରାଯାଇଥିଲା । ତାପରେ ଭକ୍ତ ମାନଙ୍କ ନିମନ୍ତେ ଦର୍ଶନ ଆରମ୍ଭ କରାଯାଇଥିଲା । ୨ବର୍ଷ କରୋନା ମହାମାରୀ ପାଇଁ ମହାଶିବରାତ୍ରି ଫିକା ପଡ଼ିଥିବା ବେଳେ ଚଳିତ ବର୍ଷ ପ୍ରବଳ ଜନ ଗହଳି ଦିନରାତି ଲାଗି ରହିଥିବା ବେଳେ ମହାଦୀପ ଉଠିବା ପର୍ଯ୍ୟନ୍ତ ଲୋକମାନେ ଅପେକ୍ଷା କରି ରହିଥିଲେ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବିଜେପି ନେତା ଶିବବ୍ରତ ଦାଶ,ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ,ଯୁବ ନେତା ପାର୍ଥ ସାରଥି ରାଉତ, ଜିଲା ପରିଷଦସଭ୍ୟା ରୁନିଲତା ବେହେରା,ପୁର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନଟବର ବାରିକ,ରାଜ୍ୟ ବିଜେଡି ସମ୍ପାଦକ ଶାରଦା ପ୍ରସନ୍ନ ଜେନା,କଂଗ୍ରେସ ନେତା ନଳିନି ସ୍ବାଇଁ,ମନ୍ଦିର ଟ୍ରଷ୍ଟି ପ୍ରଶାନ୍ତ ମହାନ୍ତି ,ଆତ୍ମାର ଅଧ୍ୟଖ୍ୟ ଶିଶିର କୁମାର ବିଶ୍ବଳ,ସ୍ଥାନିୟ ସରପଂଚ ସିମାଇ ଭୋଳ,ଗଗନ ସ୍ବାଇଁ, ସୁଶାନ୍ତ ମହାପାତ୍ର,ଶୁଭନାରାୟଣ ନାୟକ,ରାଜେନ୍ଦ୍ର ମିଶ୍ର,ଖେତ୍ରମୋହନ ଦାସ,ସ୍ମୁତି ରଂଜନ ମହାନ୍ତି,ରାଜେନ୍ଦ୍ର ଜେନା,ଅମୁଲ୍ୟ ମହାନ୍ତି,ନାରାୟଣ ମହାନ୍ତି ,ଆଶିଷ ଜେନା,ଲଖ୍ମିପ୍ରିୟା ସେନାପତି ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗ୍ରାମେଶ୍ଵର ମହାଦେବଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ହେଲ୍ପପିଙ୍ଗ ହ୍ୟାଣ୍ଡ ସୋସାଇଟ ଏରସମା, ବାଲିକୁଦା ଏରସମା ଯୁବ ବିଜେଡି ସହିତ ଅନ୍ୟ ବହୁତ ଗୁଡ଼ିଏ ବେସରକାରୀ ସଂସ୍ଥା ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ସେବାକାର୍ଯ୍ୟ କରାଯାଇଥିଲା । ଏରସମା ଥାନା ପକ୍ଷରୁ ଭକ୍ତ ମାନଙ୍କ ନିମନ୍ତେ ସୁରକ୍ଷା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
