ଵ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ସାତପାଣ୍ଡିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁରୁବାର ରାତ୍ର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର କିଛି ଲୋକ ଆହତ ହୋଇଥିଲେ। ଏସ . ଶିବରାମ ରେଡ୍ଡୀଙ୍କୁ ଉକ୍ତ ଗ୍ରାମର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଶିବରାମଙ୍କ ମୁଣ୍ଡ ଫାଟିଯାଇଛି।ତାଙ୍କର ଅଭିଯୋଗ ଆଧାରରେ ପୋଲିସ ମାମଲା ନମ୍ବର ୧୧୩/୨୩ ରେ କେ.ରାଜେନ୍ଦ୍ର ରେଡ୍ଡୀ(୪୮) , କେ. ଅନିଲ ରେଡ୍ଡୀ ୨୮ ଓ କେ. ନିରଞ୍ଜନ ରେଡ୍ଡୀ (୩୫) ଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ତିନି ଭାଇ ବୋଲି ପୋଲିସ କହିଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି କେ. ରାଜେନ୍ଦ୍ର ରେଡ୍ଡିଙ୍କୁ ମଧ୍ୟ ଅପରପକ୍ଷରେ ଗୋଷ୍ଟି ଆକ୍ରମଣ କରିଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଥିଲେ। ମାମଲା ନମ୍ବର ୧୧୪ /୨୩ ରେ ପୋଲିସ ଏସ . ଶିବରାମ ରେଡ୍ଡୀ(୩୫) ଓ ତାଙ୍କ ଭାଇ ଏସ. ଗୋପାଳ ରେଡ୍ଡିଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି।
